୨୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଲିପାଟଣା :-> ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଇ ୱାଇ ଡବ୍ଲୁ ଡବ୍ଲୁ ପକ୍ଷରୁ ବ୍ଲକ ସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ବୈଧ ଓଜନ ଓ ମାପ ନିୟନ୍ତ୍ରକ ସୁଶ୍ରୀ ସାସ୍ବତୀ ରଥ ଯୋଗଦେଇ ଆମେ ଆମର ଦୈନଦିନ ଜୀବନରେ ବଜାରରୁ କିଣୁଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଗ୍ୟାସ ସିଲିଣ୍ଡର ,ସୁନାରୁପା ଗହଣା ପର୍ଯ୍ୟନ୍ତ ସବୁଥିରେ ଆମର ସଚେତନତା ଅଭାବରୁ ଠକାମୀରେ ପଡ଼ିଥାଉ।ଏହାର କାରଣ ହେଲା ଆମେ ଆମର ଅଧିକାର ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ନହେବା । ମାପ ଓଜନର ଠକେଇ ଆଜିକାଲି ଏକ ବଡ଼ ସମସ୍ୟା ରୂପରେ ଆଗକୁ ଆସୁଛି।

ସେଥିପାଇଁ ପ୍ରତି ମୁହୂର୍ତ୍ତରେ ଆମେ ସଚେତନ ରହି ଏହାର ଦୃଢ଼ ପ୍ରତିବାଦ କରିବା ସହିତ କିଣୁଥିବା ପ୍ରତ୍ୟକ ସାମଗ୍ରୀର ବୈଧ ରସିଦ ସଂଗ୍ରହ କରିବା ଆବଶ୍ୟକ ଯାହା ସଠିକ ସମୟରେ କାର୍ଯ୍ୟ ରେ ଆସିଥାଏ।କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଯୋଗାଣ ସହାୟକ ସୁନନ୍ଦ କୁମାର ପ୍ରଧାନ,ବ୍ୟାଙ୍କ ମିତ୍ର ସଭାନେତ୍ରୀ ଜ୍ୟୋସ୍ନାମୟୀ ଭୋଳ, ସାମ୍ବାଦିକ ରମେଶ ଚନ୍ଦ୍ର ରଥ,ଲିଜାଲୀନ ବାରିକ, ବିବେକାନନ୍ଦ ସାହୁ,ସାମ୍ବାଦିକ ସୁମିତ ବେହେରା ପ୍ରମୁଖ ମଞ୍ଚାସିନ ହୋଇ ଖାଉଟି ସଚେତନତା ଉପରେ ନିଜର ଵ୍ୟକ୍ତବ ରଖିଥିଲେ।

ଆଇ ୱାଇ ଡବ୍ଲୁ ଡବ୍ଲୁର ସମ୍ପାଦକ ଶିବ ପ୍ରସାଦ ପାଟଯୋଶୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅନୁଷ୍ଠାନଟି ଦୀର୍ଘ ବର୍ଷ ଧରି ବନ୍ୟା, ବାତ୍ୟା ସମେତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅସହାୟ ଗରିବ ବିପନ୍ନ ଲୋକମାନଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଆସୁଛନ୍ତି l ଆଉ ମଧ୍ଯ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି । I y w w ଅନୁଷ୍ଠାନର ସଂପାଦକ ଶିବପ୍ରସାଦ ପାଟଯୋଶୀଙ୍କ ର ଏତାଦୃଶ ମହତ କାର୍ଯ୍ୟ ନେଇ ବିଭିନ୍ନ ମହଲରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି ।















