୨୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ରାଜସୁନାଖଳା :-> ଚତୁର୍ଥ ଦିନରେ ରାଜସୁନାଖଳା କୁ ଏନ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନ l ଅନଶନ ସ୍ଥଳରେ ଦିନ ତମାମ ଜମିଲା ନେତାଙ୍କ ଭିଡ଼ l ପହଁଚିଲେ ଶାସକ, ବିରୋଧୀ ଦଳର ଅନେକ ହେଭିୱେଟ ନେତା l ଗୁରୁବାର ବିଳମ୍ବିତ ରାତିରେ ସିପିଏମ ନେତା ସୁରେଶ ସ୍ୱାଇଁ ପହଞ୍ଚି ସମର୍ଥନ ଜଣାଇଥିଲେ l ଶୁକ୍ରବାର ସକାଳ ସମୟରେ ପ୍ରଥମେ ବିଜେପି ମଣ୍ଡଳ ସଭାପତି ଜୟନ୍ତ କୁମାର ନାୟକ,

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ର ପ୍ରଭାରୀ ଭେଟେରାନ ନେତା ଅଶୋକ ମିଶ୍ର ପହଞ୍ଚି ରାଜ୍ୟ ସରକାର ଖୁବ ଶୀଘ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦେବାକୁ ଦାବି କରିବା ସହ ଅନଶନକାରୀ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ ଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ l ଶ୍ରୀ ପ୍ରଧାନ ଙ୍କ ମାତୃଭୂମି ପ୍ରୀତି କୁ ନେଇ ପ୍ରଶଂସା କରିଥିଲେ ଅଶୋକ ମିଶ୍ର l ମାଧ୍ୟାନ୍ନ ରେ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ ଅନଶନସ୍ଥଳ ରେ ପହଞ୍ଚି ସମର୍ଥନ ଜଣାଇବା ସହ ନୟାଗଡ଼ ଜିଲ୍ଲାପାଳ ଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ l

ଫଳରେ ଜିଲ୍ଲାପାଳ ଙ୍କ ନିର୍ଦେଶରେ ରଣପୁର ବିଡ଼ିଓ ପହଞ୍ଚି ଏନେଇ ଶ୍ରୀ ପ୍ରଧାନ ଙ୍କ ସହ ଆଲୋଚନା କରିଥିଲେ l ପରେ ରଣପୁର ତହସିଲଦାର ପହଞ୍ଚି ନିର୍ବାଚନ ପରେ ଏନ ଏ ସି ନିଶ୍ଚୟ କରାଯିବାପାଇଁ ପ୍ରକ୍ରିୟା ଶେଷ ହୋଇଥିବା କହିଥିଲେ l ସନ୍ଧ୍ୟାରେ କଂଗ୍ରେସ ଯୁବ ନେତା ବିଭୁ ପ୍ରସାଦ ମିଶ୍ର ପହଞ୍ଚି କ୍ଷୋଭ ପ୍ରକାଶ କରିବା ସହ ଜିଲ୍ଲାପାଳ ଙ୍କୁ ଭେଟି ଶନିବାର ଦାବିପତ୍ର ଦେବାକୁ କହିଥିଲେ l କଂଗ୍ରେସ ବ୍ଲକ ସଭାପତି ଶତ୍ରୁଘନ ପାଇକରାୟ, ସତ୍ୟବ୍ରତ ନାୟକ, ଅନିଲ ପରିଡା, ଦିଲ୍ଲୀପ କୁମାର ସେନାପତିପ୍ରମୁଖ ପହଞ୍ଚି ଆଲୋଚନା କରିଥିଲେ l

ରାତିରେ ରଣପୁର ବ୍କ କ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ସଭାପତି ଦେବୀପ୍ରସାଦ ସାମନ୍ତରାୟ ସମର୍ଥନ ଜଣାଇ ଥିଲେ l ନୟାଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ର ମୁଖ୍ୟ ଅଶୁତୋଷ ଦାଶ, ପ୍ରିନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ଇଞ୍ଜିନିୟର ରୀନା ସାହୁ ପ୍ରମୁଖ ଅନଶନ ସମର୍ଥନରେ ରିଲେ ଧାରଣାରେ ବସିରହିଥିଲେ l ଏହି କ୍ରମରେ ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ସ୍ବେଛାସେବୀ, ସଂଗଠକ, ଯୁବ ପ୍ରତିଭା ମାନେ ଯୋଗଦେଇ ଥିଲେ l ଶେଷରେ ନୟାଗଡ଼ ଏ ଡି ଏମ ରୋଜିନା ଦାଶ ପ୍ରତିଶୃତି ଦେଇ ଅନଶନକାରୀ ଶ୍ରୀ ପ୍ରଧାନ ଙ୍କୁ ଗ୍ଲୋକୋଜ ପିଆଇ ଅନଶନ ଭଙ୍ଗ କଲେ l














