୧୯ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> କଟକ ସଦର ଥାନା ଆମଣ ପଞ୍ଚାୟତର ବାଗଧରାପୁର ଗ୍ରାମରେ ରବିବାର ଠାରୁ ଆରମ୍ଭ ହୋଇଥିବା, ରାଧାକୃଷ୍ଣଙ୍କ ୭ମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ମଙ୍ଗଳବାର ରାତିରେ ଉଦଯାପିତ ହୋଇଯାଇଛି । ଗ୍ରାମର ଶତାଧିକ ମହିଳା ପୁରୁଷ ପୁରୁଣା କାଚରାମାଳ ସ୍ଥିତ ପୁରା ମେନ କେନାଲରେ ୧୦୮ କଳସ ବୁଡାଇ ବାଜା ବାଣ ରୋଷଣୀ କରି ଆସି ଯଞ ସ୍ଥଳରେ ପହଞ୍ଚି କଳସ ସ୍ଥାପନ କରିଥିଲେ ।
ଅଗ୍ନି ସଂଯୋଗ କରାଯାଇ ଯଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଶେଷରେ ପୂର୍ଣ୍ଣାହୁତି ଦିଆଯାଇ ଯଞ କାର୍ଯ୍ୟ ସମାପନ ହୋଇଥିଲା । ବାଗଧରାପୁର ଗ୍ରାମ୍ୟକମିଟିର ସଭାପତି ହୃଷିକେଶ ବେହେରା, ଉପ ସଭାପତି ବିଶ୍ୱନାଥ ଦାଶ, ସଂପାଦକ ରଣଜିତ ବେହେରା, ଉପେନ୍ଦ୍ର ବେହେରା, ସତ୍ୟ ରଞ୍ଜନ ବେହେରା, ପ୍ରଦୀପ୍ତ ବେହେରା, ସୁବ୍ରତ ବେହେରା,
ନିତେଶ ଗୋପାଳ, ସୁନିଲ ବେହେରା,ଦିପକ ଦାସ,ଯୁଗଳ ଦାସ ପ୍ରମୁଖ ଗ୍ରାମର ସମସ୍ତ ଯୁବକ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ । ପୂର୍ଣ୍ଣାହୁତି ଦେଖିବା ପାଇଁ ଆଖପାଖ ଦଶ ଗୋଟି ଗ୍ରାମର ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।