୧୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନିଆଳି :-> କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ସୁନ୍ଦରଗ୍ରାମ ସ୍ଥିତ ଆର୍ଯ୍ୟାନ୍ ଇନିଷ୍ଟିଚ୍ୟୁସନ୍ ଅଫ ଇଞ୍ଜିିନିୟରିଂ ଆଣ୍ଡ Technology ଡିପ୍ଲୋମା ଇଞ୍ଜିିନିୟରିଂ ଏବଂ ଦଧିଚି industrial training ସେଣ୍ଟର ( ଆଇ.ଟି.ଆଇ ) ମିଳିତ ଭାବେ କଟକ ସ୍ଥିତ ତେଲେଙ୍ଗା ପେଣ୍ଠ ଏଡସଫ୍ଟ technology କମ୍ପାନୀ ଦ୍ଵାରା କ୍ୟାମ୍ପସ ପ୍ଲେସମେଣ୍ଟ ଡ୍ରାଇଭ୍ ଆୟୋଜିତ ହୋଇଯାଇଛି ।
ଏଥିରେ ଡିପ୍ଲୋମା ଇଞ୍ଜିିନିୟରିଂ ର ଇଲେକ୍ଟ୍ରିକାଲ , ମେକାନିକାଲ , କମ୍ପ୍ୟୁଟର ସାଇନସ୍ , ଇଲେକ୍ଟ୍ରୋନିକସ କମ୍ୟୁନିକେସନ ଓ ସିଭିଲ ବ୍ରାଞ୍ଚ ସେହିପରି ଆଇ.ଟି.ଆଇ ର ଇଲେକ୍ଟ୍ରିକାଲ ଫିଟର ଓ ଇଲେକ୍ଟ୍ରିକାଲ କମ୍ୟୁନିକେସନ ର ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଇଣ୍ଟରଭିୟୁରେ ଯୋଗ ଦେଇଥିଲେ । ଏଡସଫ୍ଟ କମ୍ପାନୀ ତରଫରୁ ଜ୍ୟୋତିପ୍ରକାଶ ବେହେରା , (ମ୍ୟାନେଜର ପ୍ରଡକ୍ସନ) ଓ ଦିଲୀପ କୁମାର୍ ପାମୁଲୁ (ଆସିଷ୍ଟାଣ୍ଟ ମ୍ୟାନେଜର ଏଚଆର) ଇଣ୍ଟରଭିୟୁ ନେଇଥିଲେ ।

ଏଥିରେ ପ୍ରାୟ ୫୮ ଜଣ ଛାତ୍ର ଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିଲେ ।
ଦଧିଚି ସମୂହ ଅନୁଷ୍ଠାନରେ ଚେୟାରମ୍ୟାନ ଡ଼ଃ ମନୋଜ କୁମାର ଦାସ ଙ୍କ ର ପ୍ରେରଣା ଓ ତତ୍ବାବଧାନରେ ଏହା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଚେୟାରମ୍ୟାନ ଡ଼ଃ ମନୋଜ କୁମାର ଦାସ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭକାମନା ଓ ପ୍ରେରଣା ଦେଇ ଉତ୍ସାହିତ କରାଇଥିଲେ ।

ଏଥିରେ ଅଧ୍ୟାପକ, ଅଧ୍ୟାପିକା, ପ୍ରଜ୍ଞା , ସସ୍ମିତା, ଶୁଭଶ୍ରୀ, ସ୍ନେହା , ସନ୍ଦୀପ , ଜଗନ୍ନାଥ , ଉଦୟନାଥ ସନ୍ତୋଷ , ସଂଜୟ , ସତ୍ୟ , ପ୍ରଦ୍ୟୁମ୍ନ , ଜୟନ୍ତ ସହଯୋଗ କରିଥିଲେ । ପ୍ରଫେସର ଇଞ୍ଜିିନିୟରିଂ ଅଭିମନ୍ୟୁ ଜେନା ଙ୍କ ର ଅଧ୍ୟକ୍ଷତା ରେ ଏହା ଅନୁଷ୍ଠିତ ହୋଇଥିଲା । ଏହି । କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଲିମ ଓ ନିଯୁକ୍ତି ବିଭାଗର ଅଧିକାରି ହରେକୃଷ୍ଣ ପଟ୍ଟନାୟାକ ସୂଚାରୁ ରୂପେ ପରିଚାଳନ କରିଥିଲେ ।














