୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ : ରାଜପଥ ହୋଟେଲ ସମୁଖରେ – ଦୁର୍ଘଟଣାରେ ଜଣ ମୃତ

୧୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବରଣ :-> ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣାରେ ଜଣ ମୃତ ବରଣ କରିଥିବା ଜଣାପଡିଛି । ସୋମବାର ଦିନ ୨ଟା ସମୟରେ ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ନିକଟସ୍ତ ହୋଟେଲ ରାଜପଥ ସମୁଖରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଘଟଣାରୁ ପ୍ରକାଶ ଯେ ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ଏକ ଟ୍ରକର ଡ୍ରାଇଭର ଗାଡିଟିକୁ ରଖି ରାସ୍ତା ପାର ହୋଇ ହୋଟେଲକୁ ଖାଇବା ପାଇଁ ଯିବା ସମୟରେ

ପଛପଟୁ ଏକ କାର ଧକ୍କା ଦେଇ ପଳାଇ ଯାଇଥିଲା ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଜଣକ ମୁମୁର୍ଷୁ ଅବସ୍ଥାରେ ପଡିରହିଥିଲେ । ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ଡ୍ରାଇଭରକୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।ମାତ୍ର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଡ୍ରାଇଭର ଜଣକ ଘର ଆଠଗଡ଼ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।