ପାଞ୍ଚଦଫା ଦାବି ନେଇ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ ।

୧୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ମାଲକାନଗିରି :-> ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଓ ମାଲକାନଗିରି ସାମ୍ବାଦିକ ସଂଘର ଶତାଧିକ ଗଣମାଧ୍ୟମ ପ୍ରତିନିଧି ଏକତ୍ରୀତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କଳା ବ୍ୟାଜ୍ ପରିଧାନ କରି ବିକ୍ଷୋବ ପ୍ରଦର୍ଶନ କରିବା ସହ ପାଞ୍ଚଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲୋ । ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାର ସାମ୍ବାଦିକ ମାନେ ଦୀର୍ଘ ଏକବର୍ଷ ଧରି ସେମାନଙ୍କ ନ୍ୟାର୍ଯ୍ୟ ଦାବି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଅଦ୍ୟାବଧି ଗଣମାଧ୍ୟମ ପ୍ରତିନିଧିଙ୍କ ଦାବିକୁ ସରକାର ଗ୍ରହଣ କରି ନଥିବାରୁ ଏହାକୁ ସଂଘ ତରଫରୁ ପ୍ରତିବାଦ କରିବା ସହ ତୁରନ୍ତ ସେମାନଙ୍କ ଦାବି ପୁରଣ କରା ନ ଗଲେ ଆଗାମୀ ଦିନରେ ସରକାରଙ୍କୁ ଅସହ ଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯ୍ୟୋଧନ ପାତ୍ର ସୁଚନା ଦେଇ ପ୍ରକାଶ କରିଛନ୍ତି ଯେ, ଦାବି ମାନଙ୍କ ମଧ୍ୟରେ ବୟସ୍କ ସାମ୍ବାଦିକଙ୍କୁ ପେନସନ୍‌ ଲାଗୁ କରିବା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପ୍ରଚଳିତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ବ ସନ୍ତାନ ମାନଙ୍କୁ ସାମିଲ, ଅଧିସ୍ୱୀକୃତି କମିଟି ପୁନର୍ଗଠନ ଓ ନିୟମାନୁଯାୟୀ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ପ୍ରେସ ଏକାଡେମୀ ଗଠନ ପ୍ରଭୃତି ଦାବିଗୁଡିକ ତୁରନ୍ତ ପୁରଣ ନ କଲେ ଆଗାମୀ ଦିନରେ ସାରା ରାଜ୍ୟରେ ସାମ୍ବାଦିକ ମାନେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ବର୍ଜନ କରିବ । ମାଲକାନଗିରି ୟୁନିଅନ ଅଫ ଜର୍ନାଲିଷ୍ଟ ର ସଭାପତି ଦେବ ଦାସ ତାଙ୍କ ପ୍ରତିକ୍ରିୟାରେ ଅନୁରୂପ ଦାବି କରିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯ୍ୟୋଧନ ପାତ୍ର, କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର ନେତୃତ୍ୱ ନେଇଥିବା ବେଳେ ମାଲକାନଗିରି ୟୁନିଅନ ଅଫ ଜର୍ନାଲିଷ୍ଟ ସଭାପତି ଦେବ ଦାସ ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିମାଂଚଳ ପାଣିଗ୍ରାହି, ଅପୁର୍ବ ଥଣ୍ଡର, ରାହୁଲ ଗୋଲରି, ମାଣିକ ବାଛାଡ, ଭଗବାନ ସାହୁ, ଶିବ ପ୍ରସାଦ ଦାସ, ହୃସିକେଷ ସେଠି, ବିଦ୍ୟୁତ ବୈରାଗୀ, ସତ୍ୟନାରାୟଣ ସୁବୁଧି, ଖିରୋଦ ବେହେରା, ବିଦେଶୀ ଗୌଡ, ଅଜୟ ସିକଦାର, ବସନ୍ତ ଜେନା, ଶିବ ଖରା,ଙ୍କ ସହ ୧୦୦ ରୁ ଉର୍ଧ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।