୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ :-> ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି କରଣ ମନ୍ତ୍ରଣାଳୟ ଦ୍ବାରା ସମଗ୍ର ଦେଶରେ ୩୫ଟି ଜିଲ୍ଲା ଦିବ୍ୟାଙ୍ଗ ପୁନର୍ବାସ କେନ୍ଦ୍ର ଆଭାସି ମାଧ୍ୟମ ରେ ଉଦ୍ଘାଟନ ହୋଇଯାଇଛି l ଏହି ଅବସରରେ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ଥାନୀୟ ସ୍ବେଛାସେବୀ ସଂଗଠନ ସେବା ପରିସରରେ ନୟାଗଡ ଜିଲ୍ଳା ଦିବ୍ୟାଙ୍ଗ ପୁନର୍ବାସ କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି l ସେବାର ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧି ଙ୍କ ଅଧ୍ୟକ୍ଷତାରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଭାସି ମାଧ୍ୟମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ମନ୍ତ୍ରୀ ଡ ବିରେନ୍ଦ୍ର କୁମାର ଆଭାଷୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ l
ନୟାଗଡ ଜିଲ୍ଳା ପରିଷଦ ଅଧକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଓ ନୟାଗଡ ମୁନିସି ପାଲିଟୀ ର ଅଧକ୍ଷ ନିରୁପମା ଖଟେଇ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଥିଲେ l ଜାତୀୟ ପୁନର୍ବାସ, ତାଲିମ୍ ଓ ଗବେଷଣା ପ୍ରତିଷ୍ଠାନ , ଓଲଟପୁର ର ବରିଷ୍ଠଅଧିକାରୀ ରଞ୍ଜନ ଦାଶ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ l ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ର ପୁନର୍ବାସ ଅଧିକାରୀ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦୀପତି କହଁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପୁନର୍ବାସ କେନ୍ଦ୍ର ର ନୋଡାଲ ଅଧିକାରୀ ତଥା ସେବାର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ l
ବରିଷ୍ଠ ସଦସ୍ୟ ହରେ କୃଷ୍ଣ ପରମଗୁରୁ ପୁନର୍ବାସ କେନ୍ଦ୍ର ର ଉଦେଶ୍ୟ ସମ୍ବନ୍ଧରେ ବୁଝାଇଥିଲେ l
ଏହି ଅବସରରେ ୩୦ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ହୁଇଲ୍ ଚେୟାର୍, ୧୫ଜଣ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଧଳା ବାଡ଼ି ୫ ଜଣ ଦୃଷ୍ଟହୀନ ଶିଶୁଙ୍କୁ ଆଲେକ୍ସା ଉପକରଣ ବଣ୍ଟନ କରାଯାଇଥିଲା l ଶେଷରେ ଭିନ୍ନକ୍ଷମ ଛତ୍ର ଛାତ୍ରୀ ମାନଙ୍କ ଦ୍ବାରା ଅଭିନୟ ପ୍ରଦର୍ଶନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ଭିନ୍ନକ୍ଷମ ଅନୁଷ୍ଠାନର ୩୦୦ ପ୍ରତିନିଧି ଯୋଗ ଦେଇଥିଲେ l