୫ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :-> ବେଗୁନିଆ ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ ହୋଇଛି । ଏଥିରେ ବ୍ଲକ ବିଜେଡ଼ି ସଭାପତି ବାନମ୍ବର ମାଝୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ,ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ମୋହନ ମିଶ୍ର, ଶିକ୍ଷାବିତ ଭଗବାନ ପଣ୍ଡା,ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ହୁଲାସ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ରାୟଗୁରୁ ସୁନନ୍ଦିତା ସାହୁ,

ପ୍ରଦୀପ୍ତ କିଶୋର ଛୋଟରାୟ,ସରପଂଚ ପ୍ରଫୁଲ୍ଲ କୁମାର ପ୍ରଧାନ,ଲୀଳା ସ୍ଵାଇଁ, ଆରତ ମାଝୀ, ଲାବଣ୍ୟ ଜୟସିଂହ, ରଞ୍ଜିତା ମହାଭୋଇ,ଲତା ସେଠୀ,ପ୍ରଦୀପ କୁମାର ବାରିକ,କରୁଣାକର ଦଳସିଂହାର,ପୂର୍ବତନ ବ୍ଲକ ଅଧ୍ୟକ୍ଷା ରୀନା ସେଠୀ ଓ ବିଜୁପ୍ରେମୀ ଜାଗେଶ୍ୱର ମାଝୀଙ୍କ ସମେତ ବେଗୁନିଆ ନିର୍ବାଚନମଣ୍ଡଳୀର ସରପଂଚ/ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ବିଜୁପ୍ରେମୀ ଯୋଗ ଦେଇ ଓଡ଼ିଶା ପ୍ରତି ଅନନ୍ୟ ଅବଦାନ ସଂପର୍କରେ ସ୍ମୃତି ଚାରଣ କରିବା ସହ ଦଳ ବର୍ତ୍ତମାନ ସୁଦ୍ଧା ଏକ ସୁଦୃଢ଼ ମହାଦୃମରେ ପରିଣତ ହୋଇଛି ।
ଆସନ୍ତା ନିର୍ବାଚନ ବୈତରଣୀରେ ପାର ହେବା ପାଇଁ ସମସ୍ତେ ସଙ୍ଗଠିତ ହୋଇ ବିରୋଧିଙ୍କୁ ପରାଜୟ ସ୍ଵାଦ ଚଖାଇ ପୁନର୍ବାର ଦଳ ବିଜୟ ଲାଭ କରି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ହୋଇ ପାରିବ ବୋଲି ଶପଥ କରିଥିଲେ। ସଭାର ପ୍ରାରମ୍ଭରେ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ସମସ୍ତ ସଦସ୍ୟ ମାନେ ମାଲ୍ୟାର୍ପଣ କରିଥିଲେ।















