୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିଶୁପାଳଗଡ ଗ୍ରାମପଞ୍ଚାୟତ ର ଗଙ୍ଗୋତ୍ରି ନଗର ଏବଂ ଧଉଳି ଗ୍ରାମପଞ୍ଚାୟତ ର ବିଭିନ୍ନ ନୂତନ କଲୋନୀ ର ରାସ୍ତା ଓ ଆଲୋକ ପାଇଁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ରାଶିରୁ ପ୍ରାୟ ୧. ୫୦ କୋଟି ଟଙ୍କାର କାର୍ଯ୍ୟକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ,ଜିଲ୍ଲାପରିଷଦ ସଭ୍ୟ ସୁବାସ ସୁନ୍ଦରାୟ,ସରପଞ୍ଚ ରଶ୍ମି ରଂଜନ ଶ୍ରୀଚନ୍ଦନ,ଚନ୍ଦନ ମଲ୍ଲିକ,ସମିତି ସଭ୍ୟ ସରସ୍ଵତୀ ସେଠୀ, ଭୁବନେଶ୍ୱର ବ୍ଲକ ବିଧାୟକ ପ୍ରତିନିଧି ହରେକୃଷ୍ଣ ସାହୁ, ସୁଧାରଞ୍ଜନ୍ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।













