୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପୋଲିସ ଆଇଜି ଆଇପିଏସ ଏସ ସାଇନିଙ୍କୁ ତାଙ୍କ ଉଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନ ଜନକ ଡିଜିପି ଡିସ୍କ ପୁରସ୍କାର ମିଳିଛି. ଗୃହ ମନ୍ତ୍ରାଳୟର ବ୍ୟୁରୋ ଅଫ ରିସର୍ଚ ଆଣ୍ଡ ଡ଼େଭଲପମେଣ୍ଟ ପକ୍ଷ୍ୟରୁ ତାଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି. ପୋଲିସ ଟ୍ରେନିଙ୍ଗ ଶୀଲାବସରେ ଆମୂଳଚୂଳ ପରିବର୍ତ୍ତନ ସହିତ ପାଠ ପଢ଼ାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା.

ସେ 2019 ରୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ରେ କାର୍ଯ୍ୟ କରି ଆସୁଛନ୍ତି. ସେ ଆଜି ପର୍ଯ୍ୟନ୍ତ 3 ହଜାର କନଷ୍ଟେବଲ ଠାରୁ ଡିଏସପି ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେଇ ଆସିଛନ୍ତି . ସିଲାବସରେ ପରିବର୍ତ୍ତନ ଓ ନୂତନ ଧାରାରେ ଶିକ୍ଷା ପ୍ରଦାନ କରିବାରେ ତାଙ୍କର ଅବଦାନ ଅତୁଳନିୟ .ଗୃହ ମନ୍ତ୍ରାଳୟ ନୂଆଦିଲ୍ଲୀ ପକ୍ଷ୍ୟରୁ ଏହି ସମ୍ମାନ ପ୍ରଦାନ କରାଯାଇଛି













