No Result
View All Result
୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ :- ରବିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟି ଠାରେ ପ୍ରଥମ ପର୍ଯ୍ୟାୟ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ପଠାଣି ସାମନ୍ତ ମହାବିଦ୍ୟାଳୟ, ଖଣ୍ଡପଡ଼ା ର ଅଧ୍ୟାପକ ଶ୍ରୀଯୁକ୍ତ ନୀଳାଚଳ ଷଡ଼ଙ୍ଗୀ ମହୋଦୟ ଉଦ୍ଘାଟନ କରିଥିଲେ।ଶିଶୁ ଭାଇଭଉଣୀ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ।ଶିଶୁବାଟିକା ପ୍ରମୁଖ ଟୁନି ଗୁରୁମା ମଞ୍ଚାସିନ ଅତିଥି ମହୋଦୟ ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଜୀବନ ପାଳ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ।ବିଦ୍ୟାଳୟର ସଭାପତି ମହୋଦୟ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ର
ଉଦ୍ଦେଶ୍ୟ କଥନ କରିବା ପରେ ଘର ହିଁ ବିଦ୍ୟାଳୟ ଶିଶୁ ଶିକ୍ଷାର ଭାରତୀୟ ଓ ପାଶ୍ଚାତ୍ୟ ସଙ୍କଳ୍ପନା ,ଶିଶୁ ଶିକ୍ଷାର ବର୍ତ୍ତମାନ ସ୍ଥିତି ବିଷୟରେ ସମସ୍ତ ଅଭିଭାବକ ମାନଙ୍କୁ ସୁନ୍ଦର ଭାବରେ ବୁଝାଇଥିଲେ।ପରେ ଶଙ୍କା ମୋଚନ ,ଗୃହକାର୍ଯ୍ୟ ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ସଂଯୁକ୍ତା ଘଡେ଼ଇ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ବନ୍ଦେମାତରମ୍ କରାଯାଇଥିଲା।ସମସ୍ତ ଅଭିଭାବକ ମାନେ ସମଗ୍ର ବିକାଶ ର ପ୍ରଦର୍ଶନୀ ଚାର୍ଟ ବୁଲି ଦେଖି ସରିବା ପରେ ପ୍ରସ୍ଥାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ପ୍ରାତଃ ପର୍ଯ୍ୟାୟ ର ସମସ୍ତ ଗୁରୁମା ଓ ସେବକ ,ସେବିକା ମାନଙ୍କର ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

No Result
View All Result