୦୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଟାଙ୍ଗୀ :-> ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଥାନା ଇଲାକାରେ ଥିବା ଟାଙ୍ଗୀ, ବଡ଼ପାରୀ, ଚଣ୍ଡେଶ୍ଵର, କାଳୁପଡ଼ା, କୁହୁଡି, ସୋରଣ, ହାଟବରଡ଼ି, ଭୂଷଣ୍ଡପୁର, ବାଲିପାଟପୁର, କନ୍ତଳବାଇ, ସିଙ୍ଗିପୁର, ହରିପୁର, ମଙ୍ଗଳାଯୋଡ଼ି, କାଟିଲାକୋଟ, କଲୋନି, ସୁନ୍ଦରପୁର ପ୍ରଭୃତି ସ୍ଥାନରେ ଥିବା ସମସ୍ତ ରିଟେଲ ଓ ହୋଲସେଲ ଔଷଧ ବ୍ୟବସାୟୀମାନଙ୍କୁ ନେଇ ତା.୦୧.୦୩.୨୦୨୪ ରିଖ ଶୁକ୍ରବାର ଦିନ ପ୍ରାୟ ୬୫ଜଣ ସଭ୍ୟଙ୍କ ଉପସ୍ଥିତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପରେ ମା’ ଉଗ୍ରତାରା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ, ଟାଙ୍ଗି (ଖେରଧା) ନାମକରଣରେ ଏକ ଆସୋସିଏସନ ଉଦଘାଟିତ ହୋଇଯାଇଅଛି ।
ଆଜିର ଏହି ପ୍ରଥମ ସାଧାରଣ ବୈଠକରେ ସର୍ବସମ୍ମତି କ୍ରମେ ଟାଙ୍ଗିର ଶ୍ରୀ ପଦ୍ମ ଚରଣ ପୃଷ୍ଟି ସଭାପତି , ଚଣ୍ଡେଶ୍ୱର ସାମ୍ୟ ରଞ୍ଜନ ପ୍ରଧାନ ଉପସଭାପତି, ଭୂଷଣପୁର ଶ୍ରୀ ସନ୍ତୋଷ କୁମାର ପାତ୍ର ସଂପାଦକ, ଟାଙ୍ଗିର ଶ୍ରୀ ମଧୁସୂଦନ ମହାପାତ୍ର କୋସାଧ୍ୟୟ , ଟାଙ୍ଗୀର ଶ୍ରୀ ତ୍ରିପତୀ ପ୍ରସାଦ ମହାପାତ୍ର (ବାଲା) ଯୁକ୍ତିସଂପାଦକ ଏବଂ ସମସ୍ତ କ୍ଷେତ୍ରରେ ସହଯୋଗ ଏବଂ ସଂଯୋଜନା କରିବା ପାଇଁ ଶ୍ରୀ ସୁନିଲି ମହାନ୍ତି, ଶ୍ରୀ ବିକାଶ ସାହୁ ମନନିତ ହୋଇଥିଲେ,
ସମସ୍ତ କର୍ମକର୍ତ୍ତାମାନଙ୍କୁ ଉପଢୌକନ ଓ ଫୁଲ ତୋଡା ଦେଇ ସ୍ଵାଗତ କରାଯାଇ ମଞ୍ଚାସିନ କରାଯାଇଥିଲା । ସଭାପତି ତାଙ୍କ ଭାଷଣ ପ୍ରସଙ୍ଗରେ କହିଥିଲେ ଯେ, ସମସ୍ତ କେମିଷ୍ଠ ବନ୍ଧୁମାନଙ୍କ ସହଯୋଗ ରହିଲେ ଆଗାମୀ ଦିନରେ ଆସୋସିଏସନକୁ ସୁଦୃଢ କରିବା ସହିତ ସମସ୍ତଙ୍କ ସୁବିଧା ଅସୁବିଧାର ସମାଧାନ କରିବା ପାଇଁ ପ୍ରାୟସ ଜାରି ରଖୁବି । ଶେଷରେ ସଭାପତିଙ୍କୁ ଧନ୍ୟବାଦ୍ ଦେଇ ସଭାସାଙ୍ଗ କରାଜାଇଥିଲ ।