୨୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଘୋର ଅରଣ୍ୟ ମଧ୍ୟରେ ଲୁଚି ରହି ସାହସୀ ଓଡ଼ିଆମାନଙ୍କୁ ଏକତ୍ର କରି ବିଭିନ୍ନ ରଣକୌଶଳର ତାଲିମ ଦେଇ ଶୃଙ୍ଖଳାବୋଧ ଓ ନୈତିକତାକୁ ବଜାୟ ରଖି ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ବିରୁଦ୍ଧରେ ଏକକ ସଂଗ୍ରାମର ନେତୃତ୍ୱ ନେଇଥିଲେ । ଏହା ଓଡ଼ିଆ ଜାତିର ଇତିହାସରେ ଏକ ସ୍ମରଣୀୟ ଘଟଣା । ଓଡ଼ିଶାର ଏହି ଜାତୀୟ ବୀରଙ୍କ ଧୈର୍ଯ୍ୟ,

ସାହସ, ଦୃଢ଼ ନେତୃତ୍ୱ ଓ ମନୋବଳ ତଥା ଶୃଙ୍ଖଳା ଓ ନୈତିକତା ଏବଂ ମହତ୍ ଆଦର୍ଶ ଯୁଗେ ଯୁଗେ ଓଡ଼ିଆ ଜାତି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିଥିବ । ଏହି ଅଜୟ ବୀରଙ୍କର ୧୮୪୪ ମସିହା ଫେବୃଆରୀ ୨୮ ତାରିଖ ଦିନ ତିରୋଧାନ ଘଟିଥିଲା । ଆଜି ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ଉପବାଚସ୍ପତି ଶ୍ରୀ ସାଲୁଗା ପ୍ରଧାନ,















