ଏହି ପରିପ୍ରେକ୍ଷୀରେ ଆଜି ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତ ର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଗ୍ରାମ ବୁଗୁଡାକଲୋନୀ,ତିଳାବାଡି ପ୍ରଭୃତି ଗ୍ରାମରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଘରଘର ବୁଲି ଘରେ ଘରେ ଶଂଖ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଗ୍ରାମବାସୀ ମାନଙ୍କୁ ବିଜେଡି ସରକାରଙ୍କ ସ୍ବଛ,ନିର୍ମଳ ଓ ଲୋକାଭିମୁଖୀ କାର୍ଯ୍ୟ ଗୁଡିକ ସଂମ୍ପର୍କ ରେ ବୁଝାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ରାଜ୍ୟ
ତଥା ଓଡିଶା ବାସୀ କଂର ସାମଗ୍ରୀକ ଉନ୍ନତି ସଂମ୍ପର୍କ ରେ ଆଉ କାହାରିକୁ ଅଛପା ନାହିଁ ବୋଲି କହିଥିଲେ । ଓଡିଶା ବାସୀଙ୍କର ଉନ୍ନତି ରେ ସହାୟକ ହୋଇଥିବା, ବିଜେଡି ସରକାର, ଆଗାମୀ ନିର୍ବାଚନରେ ଘରେ ଘରେ ଶଂଖ ବାଜିବା ସହିତ , ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ,ବିଜେଡି ପୁନର୍ବାର ସରକାର କୁ ଆସିବା ସୁ ନିଶ୍ଚିତ ବୋଲି ଉପସ୍ଥିତ ଗ୍ରାମବାସୀମାନେ, ଶ୍ରୀ ବେହେରାଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ ।

© 2023 Odisha Taza News.