ଏଥିରେ କ୍ରିମିନାଲ କୋର୍ଟ ବାର ଆସୋସିଏସନ ସଂପାଦକ ସୁବାଷ ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭାପତି ଶ୍ରୀ ପାଣିଗ୍ରାହୀ ବାର୍ଷିକ ବିବରଣୀ ପଠନ କରିବା ସହ ଲକ୍ଷ ଉଦ୍ଧେଶ୍ୟ ଉପରେ ଆଲୋକପାତ କରିଥିଲେ ।ଗଣମାଧ୍ୟମ ହିଁ ସାମାଜ ଉନ୍ନତି କ୍ଷେତ୍ର ର ଏକ ମାଧ୍ୟମ ବୋଲି ଆଲୋକପାତ କରିଥିଲେ । ଏହି ଅବସର ରେ ସାମ୍ବାଦିକତା ଓ ରୋଗୀ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ଥିବା ବିଶିଷ୍ଟ ସାମ୍ବାଦିକ ତଥା ଓଟିଭି ପଶ୍ଚିମ ଓଡିଶା ମୂଖ୍ୟ ମନୋରଞ୍ଜନ ଯୋଷୀ ,ଡଃ ହେମନ୍ତ କୁମାର ମେହେର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ଶ୍ରୀ ଯୋଶୀ ପ୍ରତ୍ୟେକ ଦିନ ଖବର ପରିବେଷଣ କରିବା ଦିଗରେ ନିଜକୁ ପ୍ରସ୍ତୁତ କରିବା
ସହ ସତ ପକ୍ଷ, ବିପକ୍ଷ ,ଓ ଅଭିଯୋଗ କାରୀ ଙ୍କ ଅଭିଯୋଗ ବାବଦ କୁ ନେଇ ଅନୁସନ୍ଧାନ କରିବା ,ବିଭିନ୍ନ ପୁସ୍ତକ ଅଧ୍ୟୟନ କରି ଜ୍ଞାନ ଆହୋରଣ ହୋଇ ପାରିବ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ ।ଏଥିରେ ସଂପାଦକ ଜୟନ୍ତ ହୋତା ,ବରିଷ୍ଠ ଆଇନଜୀବୀ ଦର୍ପଗଞ୍ଜନ ପଟ୍ଟନାଏକ , ସିଦ୍ଧାର୍ଥ ମିଶ୍ର ,ଭକ୍ତ ଚରଣ ବାଗ ,ବାସୁଦେବ ପାଢ଼ୀ ଙ୍କ ସମେତ କ୍ରିମିନାଲ କୋର୍ଟ ବାର ର ସମସ୍ତ ଆଇନଜୀବୀ ମାନେ ଉପସ୍ଥିତଥିଲେ ।

© 2023 Odisha Taza News.