-
ଦୀର୍ଘ ଦିନ ଧରି ଅଞ୍ଚଳ ବାସୀଙ୍କୁ ଭୁଆଁ ବୁଲଉଥିଲେ ବିଧାୟକ
ଏନଏସି ହେବାପାଇଁ ସବୁ ଦିଗରୁ ଯୁକ୍ତିଯୁକ୍ତ ଥିଲେ ମଧ୍ୟ ଏନଏସି ଘୋଷଣା ନ ହେବା ଦୁର୍ବଳ ନେତୃତ୍ୱ ଓ ପ୍ରଶାସନିକ ଅବହେଳା ସହିତ ଅବହେଳାକୁ ଦର୍ଶାଉଅଛି ।ଶରଣକୁଳ ପଂଚାୟତ ର ୬ ଲକ୍ଷ ୩ ହଜାର ଓ ହରିହରପୁର 8ପଞ୍ଚାୟତର ୬ ଲକ୍ଷ ୪ ହଜାର ଏପରି ସର୍ବମୋଟ ୧୨ ଲକ୍ଷ ୭ ହଜାର ଲୋକ ଓ ୪୫ ଟି ୱାର୍ଡକୁ ନେଇ ଗଠିତ ହେବାକୁ ଥିବା ଏନଏସି ପାଇଁ ଡାକଘର,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର,ପୋଲିସ ଥାନା,କଲେଜ,୫ -ଟିସ୍କୁଲ,ଜଳସମ୍ପଦ କାର୍ଯ୍ୟାଳୟ,ବନାଞ୍ଚଳ କାର୍ଯ୍ୟାଳୟ, ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ, ପୂର୍ତ୍ତବିଭାଗ ଓ ଜଳସମ୍ପଦ ବଙ୍ଗଳା, ଧର୍ମଶାଳା,ପାନ୍ଥଶାଳା,ବିଭିନ୍ନ ବ୍ୟାଙ୍କ କାର୍ଯ୍ୟାଳୟ ଇତ୍ୟାଦି ସମସ୍ତ ଆବଶ୍ୟକୀୟ ଅନୁଷ୍ଠାନ ଥିଲେ ମଧ୍ୟ କାହିଁକି ଶରଣକୁଳ ଏନଏସି ମାନ୍ୟତା ପାଇଲା ନାହିଁ ତାହା କ୍ଷୋଭର ବିଷୟ ।ଏଣୁ ଏହାର ଘୋର ପ୍ରତିବାଦ ସ୍ୱରୂପ ଶରଣକୁଳ ଅଂଚଳ ଜନସାଧାରଣ ଏନଏସି ଘୋଷଣା ଦାବିରେ ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇ ଆଜି ତାହାର ପ୍ରାରମ୍ଭିକ ଝଲକ ଦେଖାଯାଇଛି ।
ଶରଣକୁଳ ଲଡୁବାବା ମନ୍ଦିର ସମ୍ମୁଖରେ ବୁଦ୍ଧିଜୀବି, ବରିଷ୍ଠ ନାଗରିକ,ଯୁବକ,ମନ୍ଦିର ସେବାୟତ,ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ରହି ହାତରେ ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେବାସହ ୨୮ ତାରିଖ ଠାରୁ ଆନ୍ଦୋଳନ କୁ ତ୍ରୀବତର କରିବା ପାଇଁ ଶପଥ ନେଇଛନ୍ତି ।ପ୍ରକାଶ ଥାଉକି ଶରଣକୁଳ ଥାନା ସମ୍ମୁଖରେ ଥିବା ବାପୁଜି ସେବାସଙ୍ଘ ଠାରେ ଏନଏସି ଘୋଷଣା ସହିତ ବିଭିନ୍ନ ଦାବୀ ନେଇ ଦୀର୍ଘ ୧୮ ଦିନ ଧରି ଆହୋରାତ୍ର ଅନଶନ ଚାଲୁ ରହିଥିଲା ଯାହାକି ଗତ କାଲି ସ୍ଥଗିତ ରଖାଯାଇଛି ।ନିଜର ସ୍ୱାର୍ଥସ।ଧାନ ନିମନ୍ତେ ନେତୃମଣ୍ଡଳୀ ର ଏହି କ୍ରୁଶ୍ଚିତ ରାଜନୀତିକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଜନସାଧାରଣ ଙ୍କ ଠାରୁ ପ୍ରକାଶ | ଯଦି ଆସନ୍ତା ନିର୍ବାଚନ ପୂର୍ବରୁ ଶରଣକୁଳକୁ ଏନଏସି ଘୋଷଣା କରାନଯାଏ ତେବେ ଅଞ୍ଚଳ ବାସି ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

© 2023 Odisha Taza News.