୨୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :- କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ଫୁଲନଖରା ଛକରେ ଥିବା ସକାଳ ଚା ଖଟିର ସଦସ୍ୟ ମାନେ ନିଆରା ଢ଼ଙ୍ଗରେ ଚା ଖଟିର ସଭାପତି ତଥା ୱ।ର୍ଡ଼ର ପୂର୍ବତନ କଂଗ୍ରେସ କମିଟିର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ଜନ୍ମଦିନ ମଙ୍ଗଳବାର ସକାଳେ ପାଳନ କରିଥିଲେ ।
ସକାଳ ୮ଟାରେ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସଭାପତିଙ୍କୁ ଅପେକ୍ଷା କରିଥିଲେ । ସଭାପତି ଚା ଖଟିରେ ପହଞ୍ଚିବା କ୍ଷଣି , ତାଙ୍କୁ ପୁଷ୍ପମାଲ୍ୟ ଉତ୍ତୀୟ ଦେଇ ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହିତ , ତାଙ୍କ ଚଲାପଥ କୁସୁମିତ ହେବା ସହିତ ଦୀର୍ଘାୟୁ ଜୀବନ କାମନା କରିଥିଲେ ।
ପରେ ପରେ ଚା ଖଟିରେ ସଭାପତିଙ୍କ ଜନ୍ମ ଦିନ ପାଇଁ କେକ୍ କାଟି ଖୁଆଇଥିଲେ । ଏହି ଜନ୍ମ ଦିନ ପାଳନ ଅବସରରେ କାନନ ବିହାରୀ ନାୟକ, ସୁଧୀର ପଟ୍ଟନାୟକ, ବାବାଜୀ ସାହୁ, ବିନୟ କୁମାର ଜେନା ,ଟୁନା ଜେନା, ହେମନ୍ତ କୁମାର ସାହୁ, ଗଗନ ବିହାରୀ ପାଢ଼ୀ, ମନୋରଞ୍ଜନ ମହାନ୍ତି, କୈଳାସ ଚନ୍ଦ୍ର ମୁଦୁଲି, କୃଷ୍ଣ ଚନ୍ଦ୍ର ଭୋଇ, ପ୍ରଦୀପ କୁମାର ଦାସ, କରିମ ସା , ବିଭୁତି ଭୁଷଣ ତରାଇ, ପ୍ରମୁଖ ଉପସ୍ଥିତ ଥିଲେ ।

© 2023 Odisha Taza News.