No Result
View All Result
୨୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନିଆଳି :-> କଟକ ଜିଲ୍ଲାର ନିଆଳି ନୂଆଗାଁ ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ଓରଫ ବ୍ରଜବାସୀ ମଠର ପ୍ରତିଷ୍ଠାତା ନିତ୍ୟ ଲୀଳା ପ୍ରବିଷ୍ଠ ପରମହଂସ ମହନ୍ତ ଶ୍ରୀ ବୈଷ୍ଠବ୍ ଚରଣ ଦାସ ଗୋସ୍ଵାମୀଙ୍କ ତିରୋଧାନ ଉତ୍ସଵ ମହାସମାରୋହରେ ମଠ ପରିସରରେ ପାଳିତ ହୋଇଯାଇଛି । ଏହୀ ଉପଲକ୍ଷେ ୩ ଦିନ ବ୍ୟାପୀ ୧୦୮ ହନୁମାନ ଚାଳିଶା ପାଠ, ନାମ ଯଜ୍ଞର ସୁଭାଧିବାସ,

ଅଷ୍ଟ ପ୍ରହରୀ ନାମ ଯଜ୍ଞ ଓ ନଗର କୀର୍ତ୍ତନ, ପ୍ରସାଦ ସେବନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହନ୍ତ ଶ୍ରୀ ବୈଷ୍ଣବ ଚରଣ ଦାସ ଗୋସ୍ୱାମୀଙ୍କର ତିରୋଧାନ ଉତ୍ସବଟିକୁ ରାଧାକାନ୍ତ ମଠର ମହନ୍ତ ଶ୍ରୀ ଦିବ୍ୟକୃଷ୍ଣ ଦାସଙ୍କ ପ୍ରତ୍ୟେକ ନିୟନ୍ତ୍ରଣରେ ଏହି ଉତ୍ସଵ ମହାସମାରୋହରେ ପାଳିତ ହୋଇଯାଇଛି ।

ଏହି ଉତ୍ସଵରେ ମଠର ଭକ୍ତ ବୃନ୍ଦ ସମେତ ପ୍ରାଚୀ ଗବେଷକ ଡଃ ହଂସ ନାଥ ସାହୁ, ଶିକ୍ଷାବିତ ଅଶୋକ କୁମାର ରାୟ,ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ । ଏହି ଉତ୍ସବରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇ ପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।


No Result
View All Result