ଲକ୍ଷ୍ମୀ ବସ ପରି ସେବା ଦ୍ୱାରା ଗ୍ରାମ୍ୟ ସଂଯୋଗ ଜରୀଆରେ ବିକାଶମୂଳକ ଦିଗ ପରି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଉତ୍ସବରେ ଓଡ଼ିଶାକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ବିଶିଷ୍ଟ ବକ୍ତାମାନେ ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବିନ ଫଟ୍ଟନାୟକଙ୍କ ସମେତ ପ୍ରତାପ କେଶରୀ ଦେବ, ମନ୍ତ୍ରୀ, ଏମଏସଏମଇ ଓ ଶକ୍ତି, ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଉଚ୍ଚ ଶିକ୍ଷା, ତୁଷାରକାନ୍ତି ବେହେରା, ମନ୍ତ୍ରୀ କ୍ରୀଡ଼ା ଓ ଯୁବ ସେବା, ଶ୍ରୀମତୀ ଉଷା ପାଢୀ,
ପ୍ରଧାନ ସଚିବ, ବାଣିଜ୍ୟ ଓ ପରିବହନ,ଡ. ବୃନ୍ଦା ଡି., ସିଇଓ ଏସଏଚଏଏସ, ବିଏସକେୱାଇ, ଅନୁପମା ସାହା, ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇ ନିଜ ନିଜର ଆଭିମୁଖ୍ୟ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ରାଇଜିଂ ଓଡ଼ିଶାରେ ପ୍ୟାନେଲ ଅଧିବେଶନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା- ସ୍ୱାସ୍ଥ୍ୟ ସେବାରେ ପରିବର୍ତନକାରୀ ପଦକ୍ଷେପ, ମିଶନ ଶକ୍ତି, ସମୃଦ୍ଧ ଓଡ଼ିଶାର ଚାବି ଭଳି ବିଭିନ୍ନ ବିଷୟ ଉପରେ ବକ୍ତାମାନେ ଆଲୋଚନା କରିଥିଲେ ।

© 2023 Odisha Taza News.