No Result
View All Result
24 ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଲୁଗାଁ :-> ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ଧୁଆଁଳ ଗ୍ରାମ ନିକଟବର୍ତ୍ତୀ କୋତରି ବିଜେସ୍ଥଳୀ ଠାରେ ବିରାଜମାନ କରିଥିବା ବାବା ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବଙ୍କ ପୀଠରେ ପାଞ୍ଚ ଦିନ ବ୍ୟାପି ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଗତ ୧୯ ତାରିଖ ଠାରୁ ଅଙ୍କୁରାରୋପଣ କରାଯାଇ ୨୪ ତାରିଖ ପର୍ଯ୍ୟନ୍ତ ଏହି ଯଜ୍ଞ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଯଜ୍ଞ ସ୍ଥଳିକୁ ଧୁଆଁଳ ଗ୍ରାମର ଶ୍ରୀ ଶ୍ରୀ ଗୋବିନ୍ଦ ଦେବ,
ଶ୍ରୀ ଶ୍ରୀ ଗୋପାଳ ଦେବ ଓ କୋତରି ଗ୍ରାମର ଶ୍ରୀ ଶ୍ରୀ ଭଗବତ ଦେବଙ୍କୁ ପାଟ ପଟୁଆର ସହିତ ଯଜ୍ଞ ସ୍ଥଳକୁ ବିଜେ କରିଥିଲେ।ଏହି ଯଜ୍ଞର ମୁଖ୍ୟ ପୁରୋଧା ଭାବେ ରମେଶ ଚନ୍ଦ୍ର ସାମନ୍ତରାୟ ଓ ତାଙ୍କର ଧର୍ମପତ୍ନୀ ନନ୍ଦିନୀ ସାମନ୍ତରାୟ ବିଶ୍ବ କଲ୍ୟାଣ ନିମନ୍ତେ ଯଜ୍ଞରେ ଘୃତ ଆହୁତି ଦେଇଥିବା ବେଳେ ଯଜ୍ଞକୁ ଆଚାର୍ଯ୍ୟ ହରିହର ଦାଶ, ସୁରେନ୍ଦ୍ର ଦାଶ ଓ ପାଞ୍ଚ ଜଣ ପଣ୍ଡିତ ମାନଙ୍କ ଦ୍ଵାରା ବେଦ ମନ୍ତ୍ର ପାଠ କରାଯାଇ ଯଜ୍ଞ କାର୍ଯ୍ୟ ସଂପାଦନ କରାଯାଇ ଥିଲା। ବାବା ଶ୍ରୀ ଶ୍ରୀ ଧବଳେଶ୍ବରଙ୍କ ପୀଠରେ ଦୀର୍ଘ ୨୬ବର୍ଷ ଧରି ଏହି ଯଜ୍ଞ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇ ଆସୁଅଛି।
ଏହି ଅଞ୍ଚଳର ଆରାଧ୍ୟ ଠାକୁର ଭାବରେ ବାବା ଶ୍ରୀ ଶ୍ରୀ ଧବଳେଶ୍ବର ଦେବ ପୂଜା ପାଇଆସୁଥିବା ବେଳେ କୋତରି, ଖଣନ୍ତ,ବିଷ୍ଣୁଡିହ, ଦୀକ୍ଷିତପଡ଼ା, ତେନ୍ତୁଳିଡିହ, ଶିଖରପଦର, କୁମ୍ଭୀରପଡ଼ା,ଆମ୍ବପଡ଼ା, କୁମ୍ଭାର ସାହି, ଧୁଆଁଳ ଇତ୍ୟାଦି ୧୨ ଖଣ୍ଡ ଗ୍ରାମବାସୀ ମାନେ ଏକତାରେ ବାନ୍ଧି ହୋଇ ସାହାଯ୍ୟ ସହଯୋଗ ଯୋଗାଇ ଆସୁଛନ୍ତି। ଉକ୍ତ ଯଜ୍ଞ କମିଟିର ସଭାପତି ଶ୍ରୀ ସୁକାନ୍ତ ବିଶ୍ଵାଳ ଙ୍କ ସମେତ ପ୍ରମୁଖ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଉପସ୍ଥିତ ଥିବା ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ସେବନର ସୁବନ୍ଦୋବସ୍ତ କରାଯାଇଥିଲା।
ଯଜ୍ଞ ଉତ୍ସବରେ ନିକଟସ୍ଥ ସଂକୀର୍ତ୍ତନ ମଣ୍ଡଳୀ ମାନେ ଯୋଗଦାନ କରି ଆଧ୍ୟାତ୍ମିକ ବାତାବରଣକୁ ବେଶ୍ ସୁମଧୁର କରିବା ସହିତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହିତ ମନ୍ଦିର ବେଢା ପରିକ୍ରମା କରିଥିଲେ। ସ୍ଥାନୀୟ ବାଣପୁର ତହସିଲଦାର କେ ପଦ୍ମନାଭ ଦୋରା ଓ ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡ଼ା ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ

No Result
View All Result