No Result
View All Result
୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :-> ଵେଗୁନିଆ ବ୍ଲକ ସ୍ଥାନୀୟ ଗୋଡ଼ି ଗ୍ରାମର ଭଲି ବଲ ପଡିଆଠାରେ ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଓ ନେହେରୁ ଯୁବ କେନ୍ଦ୍ର ଖୋର୍ଦ୍ଧାର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ବେଗୁନିଆ ଅଞ୍ଚଳର ୪ ଗୋଟି ଦଳ ଗୋଡ଼ି, ବାଲିପାଟଣା, ଡିଙ୍ଗର ଓ ପରିଛଳକୁ ନେଇ ଖେଳ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ଡ଼ ସଂଗ୍ରାମ କେଶରୀ ସାମନ୍ତରାୟ ପରିଚାଳନା କରିଥିଲେ ।

ଗ୍ରାମାଞ୍ଚଳର କ୍ରିଡ଼ାକୁ ପ୍ରୋତ୍ସାହନ ଦେବା ଓ କ୍ରୀଡାର ମାନକୁ ବଢେଇବା ପାଇଁ ସାମାଜିକ ଅନୁଷ୍ଠାନ ଆଗକୁ ଆସିବା ଦରକାର ବୋଲି ମୁଖ୍ୟ ଅତିଥି କୁଞ୍ଜୁରି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରଣତି ସାହୁ କହିଥିଲେ । ସମ୍ମାନିତ ଅତିଥି ରୂପେ ପୂର୍ବତନ ପ୍ରଧାନ ଶିକ୍ଷକ ପବିତ୍ରମୋହନ ଖାଡଙ୍ଗା ଓ ସାମାଜିକ କର୍ମୀ ଅବିନାଶ ସାମନ୍ତରାୟ ଆଲୋଚନା କରିଥିଲେ ।

ନେହେରୁ ଯୁବ କେନ୍ଦ୍ର ଖୋର୍ଦ୍ଧାର ଜାତୀୟ ଯୁବ ସ୍ଵେଚ୍ଛସେବୀ ରଜନୀଗନ୍ଧା ସାମନ୍ତରାୟ ସଭାକୁ ପରିଚାଳନା କରିଥିଲେ। ଶେଷରେ ପ୍ରୋଜେକ୍ଟ ପଏଣ୍ଟର ଯୁବ ପରିଦର୍ଶକ ସତ୍ୟଜିତ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଖେଳକୁ ମାନସ ରଞ୍ଜନ ସାହୁ ପରିଚାଳନା କରିଥିଲେ । ଶେଷରେ ବିଜୟୀ ଦଳ ପରିଛଳକୁ ଆର୍ଥିକ ରାଶି ୧୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ।

No Result
View All Result