ଦୃଷ୍ଟିରେ ରଖି, ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ସହାୟକ ହେବା ନିମନ୍ତେ ନବୀନ ଓଡ଼ିଶା ସର୍ବଦା ସଂକଳ୍ପବଦ୍ଧ । ଏହି ଜନ ମଙ୍ଗଳ ଆହ୍ବାନ ପ୍ରତି ତତ୍ପର ହେବା ପାଇଁ ଅତିଥି ମାନେ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଘୋଷଣ ଅନୁଯାୟୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏଵଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ୪୨୨୭ ଜଣ ରାସନ କାର୍ଡ ହିତାଧିକାରୀଙ୍କୁ ପରିବାର ପିଛା ୧୦୦୦ ଟଙ୍କା ଲେଖାଏଁ ଜୀବିକା ସହାୟତା ରାଶି ପ୍ରଦାନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ,ପ୍ରଦୀପ କୁମାର ପଣ୍ଡା, ହୃଦୟାନନ୍ଦ ମହାପାତ୍ର, ବସନ୍ତ କୁମାର ବେହେରା,ଭିକା ବେହେରା,ସୁପ୍ରଭା ମହାରଣାଙ୍କ ସମେତ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ପୌର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ରାସନ କାର୍ଡ ହିତାଧିକାରୀ ନିଜ ନିଜ ସରକାରୀ ସୁଲଭ ମୂଲ୍ୟ ଦୋକାନରୁ ଏହି ଜୀବିକା ସହାୟତା ରାଶି ପାଇବେ ବୋଲି ଯୋଗାଣ ନିରୀକ୍ଷକ ସୂଚନା ଦେଇଛନ୍ତି।

© 2023 Odisha Taza News.