<h4><strong><span style="color: #ff0000;">୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :- </span>ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳାବର ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୯୬ ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବାର ପିଛା ୧୦୦୦ ଟଙ୍କା ଜୀବିକା ସହାୟତା ରାଶି ପ୍ରଦାନ ଶୁଭାରମ୍ଭ କରିଛନ୍ତି। ଏହି କ୍ରମରେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାସନ କାର୍ଡ ହିତାଧିକାରୀଙ୍କୁ ଜୀବିକା ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲୀ ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ରଙ୍କ ସମେତ ବିଜେଡ଼ି ନେତୃମଣ୍ଡଳୀ ଓ ପାରିଷଦବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦରଦାମ୍ ବୃଦ୍ଧିକୁ<img class="alignnone wp-image-136213" style="font-size: 1.25em;" src="https://odishatazanews.com/wp-content/uploads/2024/02/ganjam-7-300x87.jpg" alt="" width="952" height="276" />ଦୃଷ୍ଟିରେ ରଖି, ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ସହାୟକ ହେବା ନିମନ୍ତେ ନବୀନ ଓଡ଼ିଶା ସର୍ବଦା ସଂକଳ୍ପବଦ୍ଧ । ଏହି ଜନ ମଙ୍ଗଳ ଆହ୍ବାନ ପ୍ରତି ତତ୍ପର ହେବା ପାଇଁ ଅତିଥି ମାନେ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଘୋଷଣ ଅନୁଯାୟୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏଵଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ୪୨୨୭ ଜଣ ରାସନ କାର୍ଡ ହିତାଧିକାରୀଙ୍କୁ ପରିବାର ପିଛା ୧୦୦୦ ଟଙ୍କା ଲେଖାଏଁ ଜୀବିକା ସହାୟତା ରାଶି ପ୍ରଦାନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ,ପ୍ରଦୀପ କୁମାର ପଣ୍ଡା, ହୃଦୟାନନ୍ଦ ମହାପାତ୍ର, ବସନ୍ତ କୁମାର ବେହେରା,ଭିକା ବେହେରା,ସୁପ୍ରଭା ମହାରଣାଙ୍କ ସମେତ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ପୌର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ରାସନ କାର୍ଡ ହିତାଧିକାରୀ ନିଜ ନିଜ ସରକାରୀ ସୁଲଭ ମୂଲ୍ୟ ଦୋକାନରୁ ଏହି ଜୀବିକା ସହାୟତା ରାଶି ପାଇବେ ବୋଲି ଯୋଗାଣ ନିରୀକ୍ଷକ ସୂଚନା ଦେଇଛନ୍ତି।<img class="alignnone wp-image-111108" style="font-size: 1.25em;" src="https://odishatazanews.com/wp-content/uploads/2023/06/odisha-tazanews-hinjili-300x70.jpg" alt="" width="874" height="204" /> <img class="alignnone wp-image-111284" style="font-size: 1.25em;" src="https://odishatazanews.com/wp-content/uploads/2023/06/ranpur-55-300x111.jpg" alt="" width="1030" height="381" /></strong></h4>