No Result
View All Result
୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା :- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ନିର୍ଦ୍ଧେଶ ଅନୁସାରେ ଖୋର୍ଦ୍ଧା ବ୍ଲକ ରେ ନୂତନ ଭାବେ ମଞ୍ଜୁର ହୋଇଥିବା ୧୧୮୨ ଜଣ ମଧୁବାବୁ ଭତ୍ତା ହିତାଧିକାରୀ ଙ୍କୁ ଆଜି ବ୍ଲକ କାର୍ଯ୍ୟାଳୟ ପରିସର ରେ ଭତ୍ତା ପ୍ରଦାନ କରାଯାଇଛି।ସମସ୍ତଙ୍କୁ ସରକାରଙ୍କ ବର୍ଦ୍ଧିତ ଭତ୍ତା ଜଣକେ ୧୦୦୦/୧୨୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।ଏଣିକି ପ୍ରତି ମାସରେ ନିଜ ନିଜ ପଞ୍ଚାୟତ ରୁ ହିତାଧିକାରୀ ମାନେ ଭତ୍ତା ନେଇପାରିବେ।ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ ଙ୍କ ଆୟୋଜନ ଜିଲ୍ଲା ବିଜେଡି ସଭାପତି ତଥା ଜଟଣୀର ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଲବନ୍ତରାୟ ଯୋଗ ଦେଇ ଏହି ନୂତନ ଭତ୍ତା ବଣ୍ଟନ କରିବା ସହିତ ରାଜ୍ୟ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏଭଳି ବିଧବା,ବାର୍ଦ୍ଧକ୍ୟ, ଅକ୍ଷମ ଭତ୍ତା ହିତାଧିକାରୀଙ୍କ ବର୍ଦ୍ଧିତ ଓ ନୂତନ ଭତ୍ତା ବଣ୍ଟନ ପ୍ରକ୍ରିୟା କୁ ଧନ୍ୟବାଦ ଦେଇଥିଲା
ବେଳେ ଉପସ୍ଥିତ ହିତାଧିକାରୀ ହୁଳହୁଳି,କରତାଳି ଦେଇ ଉତ୍ସାହିତ ହୋଇଥିଲେ।ଆଜି ଏହି କାର୍ଯ୍ୟକ୍ରମ ରେ ମୋଟ ୪୮ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ୭ ଜଣ,ଅକ୍ଷମ ଭତ୍ତା ୫ ଜଣ,ସ୍ୱାମୀ ପରିତ୍ୟକ୍ତା ୨ ଜଣ ଙ୍କୁ ଅତିଥି ଭତ୍ତା ପ୍ରଦାନ କରିଥିବା ବେଳେ ଅନ୍ୟ ମାନଙ୍କୁ ନିଜ ନିଜ ପଞ୍ଚାୟତ ରେ ଦିଆଯିବା କୁ ସ୍ଥିର ହୋଇଛି।ସୂଚନା ଅନୁସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ବ୍ଲକ ରେ ମୋଟ ବାର୍ଦ୍ଧକ୍ୟ ଭତ୍ତା ୯୦୭ ଜଣ,ଅକ୍ଷମ ଭତ୍ତା ୧୩୬ ଜଣ,ବିଧବା ଭତ୍ତା ୧୦୯ ଜଣ, ଡିଭୋର୍ସି ଭତ୍ତା ୨୧ ଜଣ,ଅବିଭାହିତ ଭତ୍ତା ୯ ଜଣଙ୍କ ର ମଞ୍ଜୁର ହୋଇଛି।ଆଜି ଏହି କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନ୍ଦୀପ କୁମାର ପାଣିଗ୍ରାହୀ,ପ୍ରିୟଙ୍କା ପ୍ରିୟଦର୍ଶିନୀ ବଡ଼ଜେନା,ଆଶୁତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ଏଭଳି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

No Result
View All Result