୨୩ ଫେବୃଆରି (ଓଡ଼ିଶା ତାଜା ନିୟୁଜ୍) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧାରୋଡ଼ ଡିଭିଜନରେ ଆଉ ୬ଟି ରେଳ ଷ୍ଟେସନ୍ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ପୂର୍ଣ୍ଣ ନିର୍ମାଣ କରାଯିବ। ଖୋର୍ଦ୍ଧା ରୋଡ଼ ଡିଭିଜନରେ ୧୬ଟି ରୋଡ଼ ଓଭର ବ୍ରିଜ(ଆର୍ ଓ ବି)ଅଣ୍ଡରପାସ୍ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ଏବଂ ୩ ଆର୍ ଓ ବି/ ଅଣ୍ଡରପାସ୍ ପ୍ରକଳ୍ପ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରାଯିବ। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଫେବୃଆରୀ ୨୦୨୪ରେ ୪୧,୦୦୦ କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରିବେ।ସମଗ୍ର ଦେଶରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୫୦୦ ରୋଡ୍ ଓଭର ବ୍ରିଜ୍ / ଅଣ୍ଡରପାସ୍ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ /ଉତ୍ସର୍ଗ କରିବେ। ଉପରୋକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ ରେଳମଣ୍ଡଳ ଅଧିନରେ ଥିବା ୧୩୧୧.୩୨ କୋଟି ମୂଲ୍ୟର ୨୫ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତ ସ୍ଥାପନ ଲୋକ ମାନଙ୍କ ପାଇଁ ଉସର୍ଗ କରାଯିବ। ଖୋର୍ଦ୍ଧାରୋଡ଼, ରେଳ ପ୍ରବନ୍ଧକ ଙ୍କ କାର୍ଯ୍ୟାଳୟ ଠାରେ ସମ୍ମିଳନୀ ହଲରେ ଗଣମାଧ୍ୟମକୁ ସୂଚନା ଦେଇ
ଖୋର୍ଦ୍ଧାରୋଡ଼ ଡିଭିଜନାଲ ରେଲୱେ ମ୍ୟାନେଜର ଶ୍ରୀ ଏଚ୍ ଏସ ବାଜୱା କହିଛନ୍ତି’ଯେ ଆଉ ୬ଟି ଅମୃତ ଭାରତ ରେଳ ଷ୍ଟେସନର ବିକାଶ ପାଇଁ ମୂଳଦୁଆ. ୧୬ ଏଲ ସି ଗେଟରେ ରୋଡ୍ ଓଭର ବ୍ରିଜ୍/ ଅଣ୍ଡରପାସ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର. ୩ ଏଲ ସି ଫାଟକରେ ନିର୍ମିତ ଆର୍ ଓ ବି/ଅଣ୍ଡରପାସ୍ ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ହେବ। ଏହି ରେଳ ଷ୍ଟେସନ ହେଉଛି ଭଦ୍ରକ, ତାଳଚେର, ପାରାଦୀପ, ରଘୁନାଥପୁର, କେନ୍ଦୁଝରଗଡ଼ ଏବଂ ଇଚ୍ଛାପୁରମ୍। ଏହି ଷ୍ଟେସନଗୁଡିକ ଅମୃତ ଭାରତ ଷ୍ଟେସନ୍ ସ୍କିମ୍ ଅଧୀନରେ ବିକଶିତ ହେବ, ଯେପରି ଷ୍ଟେସନ ପ୍ରବେଶ, ପାରିପାର୍ଶ୍ବିକ କ୍ଷେତ୍ର, ପ୍ରତିକ୍ଷାଳୟ, ଶୌଚାଳୟ, ଲିଫ୍ଟ/ଏସ୍କାଲେଟର୍, ମାଗଣା ୱାଇ-ଫାଇ, ଏକ ଷ୍ଟେସନ ଏକ ଉତ୍ପାଦ’ ଷ୍ଟଲ୍,ଉନ୍ନତ ଯାତ୍ରୀ ସୂଚନା ପ୍ରଣାଳୀ, କାର୍ଯ୍ୟନିର୍ବାହୀ ଲାଉଞ୍ଜ, ବ୍ୟବସାୟ ସଭାଗୃହ, ଲ୍ୟାଣ୍ଡସ୍କେପ୍ ଇତ୍ୟାଦି। ଅମୃତ ଭାରତ ଷ୍ଟେସନ ଯୋଜନା ପାଇଁ ଖୋର୍ଦ୍ଧାରୋଡ଼ ଡିଭିଜନ ଉପରେ ୨୩ ରେଳ ଷ୍ଟେସନ ଚିହ୍ନଟ କରାଯାଇଥିଲା ଯେଉଁଥିରୁ ୧୪ଟି ରେଳ ଷ୍ଟେସନରେ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟରେ ଦ୍ରୁତ ଗତିରେ ଚାଲିଛି।
ଏହି ଷ୍ଟେସନଗୁଡ଼ିକ ହେଉଛି ଭୁବନେଶ୍ୱର, ପୁରୀ,କଟକ, ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେ଼ଙ୍କାନାଳ, ଛତ୍ରପୁର, ଅନୁଗୁଳ, ପଲାସା, ମେରାମଣ୍ଡଳି, ବାଲୁଗାଁ, ଲିଙ୍ଗରାଜ ଟେମ୍ପଲ ରୋଡ଼, ତାଳଚେର ରୋଡ ଏବଂ ଖୋର୍ଦ୍ଧାରୋଡ଼। ବିଭିନ୍ନ ସ୍ଥାନରେ ଦୀର୍ଘ ଦିନର ଦାବି ପୂରଣ କରି ଖୋର୍ଦ୍ଧାରୋଡ଼-କାଇପଦର, କଟକ-ବାରଙ୍ଗ, ରମ୍ଭା-ହୁମା, ରାଣିତାଲ- ଭଦ୍ରକ, ଯାଜପୁର- ଜଖପୁରା ଇତ୍ୟାଦି ବିଭିନ୍ନ ବିଭାଗରେ ୧୬ଟି ଏଲସି ଗେଟ୍ ଉପରେ ରୋଡ୍ ଓଭର ବ୍ରିଜ୍ ଏବଂ ଅଣ୍ଡରପାସ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ। ଆହୁରି ମଧ୍ୟ ୩ ଏଲ ସି ଫାଟକରେ ନିର୍ମିତ ଅଣ୍ଡରପାସ୍/ ଆର୍ ଓ ବି ଗୁଡିକ ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ହେବ। ଏଲ ସି ଫାଟକରେ ଆର ଓ ବି ଏବଂ ଅଣ୍ଡରପାସ୍ ନିର୍ମାଣ,ଟ୍ରାଫିକ୍ ସମସ୍ୟାକୁ ଏଡ଼ାଇବ ଏବଂ ସଡକ ଯାନ ଏବଂ ଟ୍ରେନର ସୁରକ୍ଷିତ ଗତିକୁ ନିଶ୍ଚିତ କରିବ। ସମ୍ମିଳନୀ କକ୍ଷରେ ହୋଇଥିବା ଏହି ପ୍ରେସ ଇସ୍ତାହାର କାର୍ଯ୍ୟକ୍ରମରେ ଶ୍ରୀ କଲ୍ୟାଣ ପଟ୍ଟନାୟକ ଅତିରିକ୍ତ ମଣ୍ଡଳ ରେଳ ପରିଚାଳକ (ଅପରେସନ୍) ଅତିରିକ୍ତ ମଣ୍ଡଳ ରେଳ ପରିଚାଳକ (ଇନ୍ଫ୍ରା) ଶ୍ରୀ ସୁଭ୍ରଜ୍ୟୋତି ମଣ୍ଡଳ ଏବଂ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦ ଉପସ୍ଥିତ ଥିଲେ।














