No Result
View All Result
୨୨ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସଦର ମହକୁମା ମୋହନା ଗ୍ରାମ ପଞ୍ଚାୟତର ମୋହନା ଗ୍ରାମକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି) ଘୋଷଣା କରିବା ଦାବିରେ ମୋହନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ପଞ୍ଚାୟତ ର ନାଏବ ସରପଞ୍ଚ ରସାନନ୍ଦ ପାଣି ଙ୍କ ଆବାହକତ୍ୱରେ ସରପଞ୍ଚ ସୁନୀତା ମଲ୍ଲିକ ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୋହନା ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର, ସମିତି ସଭ୍ୟ ବାଳକୃଷ୍ଣ ମଲ୍ଲିକ, ମାର୍ସେଲ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ରଶ୍ମି ରତନ, ସ୍ବେଛାସେବୀ ରବି ରତନ, ପ୍ରଶାନ୍ତ ବୀର, ବିଭୂଚରଣ ମଲ୍ଲିକ, ସାମ୍ବାଦିକ ସଂଘର ସଭାପତି ପଞ୍ଚାନନ ଦାସଙ୍କ ସମେତ ଅଞ୍ଚଳର ବହୁ ସ୍ଥାନୀୟ ଜନସାଧାରଣ
ଉପସ୍ଥିତ ରହି ନିଜ ନିଜର ସୁଚିତିନ୍ତ ମତାମତ ପ୍ରଦାନ କରି ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମୋହନା ଏକ ଦୁର୍ଗମ ପାହାଡ଼ିଆ ଜଙ୍ଗଲ ଘେରା ମଧ୍ୟରେ ଅବସ୍ଥିତ ଥିବାରୁ ରାଜ୍ୟ ସରକାର ଏହି ଅଞ୍ଚଳକୁ ଅଣଦେଖା କରୁଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା। ଏହି ଗ୍ରାମରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଅଟକି ରହିଥିବା ପୂର୍ଣ୍ଣାଙ୍ଗ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ, ଏନ ଏ ସି ଘୋଷଣା, ରାଜସ୍ବ ଉପଖଣ୍ଡ ସରକାରଙ୍କ ନାଲି ଫିତା ତଳେ ଅଟକି ରହିଥିବାରୁ ଅଞ୍ଚଳ ବାସିନ୍ଦା ବହୁ ଖର୍ଚ୍ଚାନ୍ତ ହୋଇ ବିଭିନ୍ନ
କାର୍ଯ୍ୟରେ ଦୂର ଦୁରାନ୍ତ କୁ ଯାଇ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାର ଏହି ଦୁର୍ଗମ ଅଞ୍ଚଳ ପ୍ରତି ଦୃଷ୍ଟି ଦେଇ ଅଟକି ରହିଥିବା କାର୍ଯ୍ୟାଳୟ ଗୁଡ଼ିକ ଘୋଷଣା କରିବା ସହଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ କରିବା ନିମନ୍ତେ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ୫-ଟି ଯୋଜନା ମାଧ୍ୟମରେ ଗାଁ ଗାଁ ରେ ପ୍ରଶାସନ ପହଞ୍ଚିବା ଯୋଜନା କରିଥିବା ବେଳେ ଏହି ଅଞ୍ଚଳ ପ୍ରତି ଦୃଷ୍ଟି ଦୀଅନ୍ତୁ ବୋଲି ଦାବୀ ହେଉଛି।

No Result
View All Result