ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର ଯୋଗଦେଇ ଥିଲେ। ଏହି ଅବସରରେ ଅନୁଷ୍ଠାନର ସଂପାଦକ ଶ୍ରୀଧର ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ଡକ୍ଟର ସାହୁ କହିଥିଲେ, ମୁଁ ଏ ଅନୁଷ୍ଠାନର ଅତିଥି ନୁହେଁ ମୁଁ ହେଉଛି ଜଣେ ସେବକ। ଆପଣ ମାନଙ୍କର ପୂର୍ଣ୍ଣ ସହଯୋଗରେ ଏହି ସମର୍ପଣ ବୃଦ୍ଧାଶ୍ରମ ନୟାଗଡ଼ ନୁହେଁ ସମଗ୍ର ଓଡିଶାରେ ଏକ ଅନନ୍ଯ ଉଦାହରଣ ସ୍ରୁଷ୍ଟି କରିପାରିଛି।
ସମର୍ପଣ ଗୃହର ପରିଚାଳନା ସହିତ କଳେବର ବୃଦ୍ଧିରେ ସହଯୋଗ କରୁଥିବା ସମସ୍ତ ବଦାନ୍ଯ ବ୍ଯକ୍ତି ବିଶେଷ ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। ପ୍ରତିଦିନ ନିଃଶ୍ଳୁକ ପରିବା ଯୋଗାଉଥିବା ପରିବା ବ୍ଯବସାୟୀ ସଂଘର କର୍ମକର୍ତ୍ତା ମାନଙ୍କୁ ଫୁଲଗଛ ପ୍ରଦାନ ପୂର୍ବକ ସଂବର୍ଦ୍ଧନା କରିଥିଲେ। ସମର୍ପଣ ପ୍ଳେସ୍କୁଲ ପରିଚାଳନା ପାଇଁ ମାସିକ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବଳଭଦ୍ର ପ୍ରସାଦ ପଟ୍ଟନାୟକ ଓ ସଂଗୀତା ପଟ୍ଟନାୟକ ଦମ୍ଫତିଙ୍କୁ ମୁଖ୍ଯ ଅତିଥି ସାଧୁବାଦ ଜଣାଇ ଥିଲେ।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସହରର ବହୁ ବରିଷ୍ଠ ନାଗରିକ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ଯ ମାନେ ଉପସ୍ଥିତ ଥିଲେ। ପରିଶେଷରେ ସମର୍ପଣ ପରିଚାଳନା କମିଟିର ସଂପାଦକ ଶ୍ରୀଯୁକ୍ତ ସାହୁ ସମର୍ପଣ ପ୍ଳେସ୍କୁଲ ପାଇଁ ଖେଳଣା ଓ ଆସବାବପତ୍ର ନିମିତ୍ତ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ମାନ୍ଯବର ବିଧାୟକ ମହୋଦୟଙ୍କୁ ଧନ୍ଯବାଦ ଅର୍ପଣ କରିବା ସହିତ ସମସ୍ତ ଉପସ୍ଥିତ ବରିଷ୍ଠ ନାଗରିକ, ପରିଚାଳନା କମିଟିର ସଦସ୍ଯ ଓ କର୍ମଚାରୀ ମାନଙ୍କ ସହଯୋଗ ସଦିଚ୍ଛା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।

© 2023 Odisha Taza News.