No Result
View All Result
୨୧ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଲିପାଟଣା :-> ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ , କୁଦପାଟଣାସ୍ଥିତ ପ୍ରସିଦ୍ଧ ଗ୍ରହରାଜ ଶନିଦେବଙ୍କ ପ୍ରଥମ ବାର୍ଷିକୋତ୍ସବ ଦୁଇ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିନ ଜଳଯାତ୍ରା, ଘଟ ଆନୟନ ଓ ମଣ୍ଡଳ କରଣ ଆଦି ସମାପନ ପରେ ସନ୍ଧ୍ୟାରେ ଘୋଡ଼ାନାଚ,

ଗଣେଶ ଓ ଶନି ନୃତ୍ୟ ସମେତ ଦାରୁ ଦିଅଁ ଓ ତ୍ରିନାଥ ଭଜନ ସନ୍ଧ୍ୟାର ବିଶିଷ୍ଟ କଳାକାରଙ୍କ ଦ୍ଵାରା ଭଜନ ସନ୍ଧ୍ୟା ପରିବେଷଣ କରାଯାଇଥିଲାବେଳେ ଦେବ ସେନାପତିଙ୍କର ଭଜନ ଜଣାଣ ଉପସ୍ଥିତ ଦର୍ଶକଙ୍କୁ ବହୁ ଆକର୍ଷିତ କରିଥିଲା ।

ପ୍ରଥମ ଦିନର ମଞ୍ଚ ପରିଚାଳନାରେ ମିଟୁ ମିଥୁନ ଓ ନୃତ୍ୟରେ କଟକର ବରିଷ୍ଠ କଳାକାରମାନେ ଅଭିନୟ କରି ଥିଲେ । ପ୍ରାପ୍ତଃରେ ସୂର୍ଯ୍ୟ ପୂଜାପରେ ଅଗ୍ନି ସ୍ଥାପନ କରାଯାଇ ଯଜ୍ଞ ଆରମ୍ବ ହୋଇଥଲା। ପରେ ଗ୍ରହଯୋଗ ସମାପନ ହୋଇଥିଲା । ସନ୍ଧ୍ୟାଆଳତି ପରେ ପୂର୍ଣ୍ଣାହୂତି ପଡ଼ିଥିଲା ।

ପଣ୍ଡିତ ପ୍ରସନ୍ନ ମିଶ୍ର, ପଣ୍ଡିତ ନୃସିଂହ ମିଶ୍ର ଓ ଅନ୍ୟାନ୍ୟ ପଣ୍ଡିତମାନେ ଯଜ୍ଞକାର୍ଯ୍ୟ ସମାପନ କରିଥିଲେ ।ଏହି ଯଜ୍ଞ ଦେଖିବା ଏବଂ ପ୍ରଭୁଙ୍କ ପ୍ରାସାଦ ସେବନ କରିବା ପାଇଁ ସହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ଆସିଥିଲେ । ଶଶାଙ୍କ ଶେଖର ନାୟକ, ଅଜୟ ସାହୁ, କୈଳାସ ଚନ୍ଦ୍ର ବେହେରା, ସିଦ୍ଧାର୍ଥ ସାହୁ ସନାତନ ବେହେରା, ବିଭୂତିଭୂଷଣ ମହାପାତ୍ର , ଅକ୍ଷୟ ସାହୁ ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ ।

No Result
View All Result