No Result
View All Result
୧୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ସୁଲେକେଲା ଗାଁର ନାବାଳିକା ଝିଅ ବନ୍ଧକ ଘଟଣା ରେ ଅଭିଯୁକ୍ତ ଦାଦନ ସର୍ଦାର କୁ ଗିରଫ କରିଛି ବେଲପଡା ପୁଲିସ |ଗିରଫ ଅଭିଯୁକ୍ତ ଜଣକ ହେଲେ ତୁରକେଲା ଥାନା ତେନ୍ତୁଳୀଖୁଣ୍ଟି ଗାଁର ସମ୍ଭାରୁ ବନଛୋର | ଅଭିଯୁକ୍ତ ଜଣ କୁ ବଞ୍ଚିବାକୁ ଭରପୂର ପ୍ରୟାସ କରିବା ସହ ଶ୍ରମ ଅଧିକାରୀ ଙ୍କ ସହ କିଛି ପୁଲିସ ବାବୁ କୁ ମୋଟା ଅଙ୍କର ଟଙ୍କା ଦେଇଥିଲେ |ଏନେଇ ପୁଲିସ ଏବଂ ଶ୍ରମ ନିରୀକ୍ଷକ ନାବାଳିକା ଝିଅ ବନ୍ଧକ ନୁହେଁ ମାମୁଘରେ ଥିବା କଥା କହିଥିଲେ |କିନ୍ତୁ ଏହାପରେ ମଧ୍ୟ୍ୟ ଖବର ପ୍ରସାରିତ ହେଉଥୁଲା ଯାହାକୁ ନେଇ ଅଭିଯୁକ୍ତ କୁ ଧରିବା ରେ ସଫଳ ହୋଇଛି ପୁଲିସ |ତେବେ ଏବେବି ଘଟଣା ର ମୁଖ୍ୟ ଅଭିଯୁକ୍ତ ଇଟାଭାଟି ମାଲିକ ପ୍ରବୀଣ ଖେତୁ ଫେରାର ଥିବାରୁ ପୁଲିସ କେବେ ଗିରଫ କରିବ ବୋଲି ପ୍ରଶ୍ନ ଉଠୁଛି | ମିଳିଥିବା ସୂଚନା ଅନୁସାରେ ଗତ ଜାନୁୟାରୀ ୪ ତାରିଖ ରେ ତୁରକେଲା ଥାନା ତେନ୍ତୁଳୀଖୁଣ୍ଟି ଗାଁର ଦାଦନ ସର୍ଦାର ସମ୍ବାରୁ ବନଛୋର ଙ୍କ ଠାରୁ ୮୦ ହଜାର ଟଙ୍କା ବଇନା ନେଇ ବାହାର ରାଜ୍ୟ ତେଲେଙ୍ଗାନା ର ସାତନଗର ଅଂଚଳ କୁ ଦାଦନ ଖଟିବାକୁ ଯାଇଥିଲେ ସୁଲେକେଲା ଗାଁର କାହ୍ନୁ ମଳିକ |
ସାଙ୍ଗରେ ନିଜ ସ୍ତ୍ରୀ ଲକ୍ଷ୍ମୀପ୍ରୀୟା, ଦିବ୍ୟାଙ୍ଗ ଝିଅ ଏବଂ ନାବାଳିକା ଅଙ୍କିତା କୁ ମଧ୍ୟ୍ୟ ନେଇଥିଲେ |ସେଠାରେ 2 ମାସ ଧରି କାମ କରିବା ପରେ ଅସୁସ୍ଥ ଅନୁଭବ କରିଥିଲେ କାହ୍ନୁ |ଇଟାଭାଟି ମାଲିକ ଶଙ୍କର ନାୟକ ଏବଂ ପ୍ରବୀଣ ଖେତୁ ସହ ସର୍ଦାର ସମାରୁ ବନଛୋର ନିର୍ଯାତନା ଏବଂ ଅତ୍ୟଧିକ କାମ ଯୋଗୁଁ ସମ୍ପୂର୍ଣ ଅସୁସ୍ଥ ହୋଇପଡିଲେ କାହ୍ନୁ |ଏନେଇ ସ୍ୱାମି ର ଚିକିତ୍ସା ପାଇଁ କହିବା ପରେ ମଧ୍ୟ୍ୟ କାହ୍ନୁ ର ଚିକିତ୍ସା କରିନଥିଲା ମାଲିକ |ଘର କୁ ଆସିବାକୁ କହିବା ପରେ ମଧ୍ୟ୍ୟ ଛାଡ଼ୁନଥିଲା |ନେଇଥିବା ବଇନା ଟଙ୍କା ଫେରାର ତା ପରେ ଘର କୁ ଯିବା କଥା ମାଲିକ କହୁଥୁଲା |ଶେଷରେ କାହ୍ନୁ ର ସ୍ୱାସ୍ଥ୍ୟବସ୍ଥା ସଙ୍ଗିନୀ ହେବାରୁ ନାବାଳିକା ଝିଅ କୁ ବନ୍ଧକ ରଖି କାହ୍ନୁ, ସ୍ତ୍ରୀ ଓ ଦିବ୍ୟାଙ୍ଗ ଝିଅ କୁ ଗାଁ କୁ ପଠାଇଦେଇଥିଲା ଇଟାଭାଟି ମାଲିକ |ଟଙ୍କା ପଠାଇବା ପରେ ଝିଅ କୁ ଛାଡିବି କହି ସେଠାରେ ଥିବା ତାଙ୍କ ସମ୍ପର୍କୀୟ ଙ୍କ ଘରେ ରଖିବାକୁ ନାବାଳିକା ଝିଅ କୁ ରଖିଥିଲା ଇଟାଭାଟି ମାଲିକ |ଏନେଇ ନିଜ ଅସୁସ୍ଥ ସ୍ୱାମୀ କୁ ଚିକିତ୍ସାକରୁଥୁବା ସମୟ ରେ ମଧ୍ୟ୍ୟ ନିଜ ପାଖରେ ଥିବା ଜମି କୁ ବନ୍ଧକ ରଖି ସର୍ଦାର ପାଖରେ ୫୦ ହଜାର ଟଙ୍କା ପଠାଇଥିଲେ |ତା ପରେ ଝିଅ କୁ ଛାଡ଼ିନଥିଲା ସର୍ଦାର |
ଆହୁରି 30 ହଜାର ଟଙ୍କା ଦାବି କରିବାରୁ ଶେଷରେ ନାବାଳିକା ଝିଅ କୁ ଝୁରି ଝୁରି ଜୀବନ ହାରି ଦେଇଥିଲେ ବାପା କାହ୍ନୁ |ପରେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଝିଅ କୁ ଉଦ୍ଧାର କରିବାକୁ ପ୍ରଶାସନ ତତ୍ପରତା ଦିଆଖାଇଥିଲା |ପରିବାର କୁ ସବୁ ସୁବିଧା ପାଇଁ ପ୍ରତିଶୃତି ଦେଇଥିଳା କିନ୍ତୁ ଘଟଣା କୁ ଦିନ ପରେ ଦିନ ବିତିଯାଇଥିଲେ ବି ଅଭିଯୁକ୍ତ ମାନଙ୍କୁ ଗିରଫ କରୁନଥିଲା ପୁଲିସ |ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ|ଏନେଇ ବାରମ୍ବାର ଖବର ପ୍ରକାଶ ପରେ ଅଭିଯୁକ୍ତ କୁ କାବୁ କରିଛି ବେଲପଡା ପୁଲିସ |ଆଜି ସକାଳେ ଘରେ ଥିବା ସମୟ ରେ ଚଢ଼ାଉ କରି ଅଭିଯୁକ୍ତ କୁ ଧରିବା ରେ ସଫଳ ହୋଇଥିଲା ପୁଲିସ |ଏନେଇ ବେଲପଡା ଥାନାରେ କେସ ନଂ ୩୪ତାରିଖ ୪/୨/ ୨୦୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାଁରେ ଦଫା ୩୭୦/୩୭୪/୪୨୦/୩୪/ ସହ ସେକସନ ୨୫ ଆଇଏସଏମଡବ୍ଲୁ ଆକ୍ଟ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ପାଟଣାଗଡ଼ କୋର୍ଟ କୁ ଚାଲାଣ କରାଯାଇଥିବା ବେଲପଡା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି |
No Result
View All Result