ମିଶନଶକ୍ତି କାଫେ, ଆହାରକେନ୍ଦ୍ର, ରେଲିଂଯୁକ୍ତ ର୍ୟାମ୍ପ, ସୌନ୍ଦର୍ଯ୍ୟକରଣ, ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଗୁଡିକର ଗୁଣବତ୍ତା ପ୍ରମାଣପତ୍ର ଓ ଅନ୍ୟାନ ଆନୁସଙ୍ଗିକ ସୁବିଧା ସହ ମୋଟ ୪୨ଟି ସୁବିଧା ଉପଲବ୍ଧ ହେବ ବୋଲି ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳି ସ୍ୱାଇଁ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ତତ୍ତ୍ୱାବଧାନରେ ଶନିବାର ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଆମ ହସ୍ପିଟାଲ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୋକାର୍ପଣ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ଓଡିଶା ସୁସ୍ଥ ଓଡିଶା ଗଠନ ନିମନ୍ତେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ପୁନଃନିର୍ମାଣ ସହ ପ୍ରତିଟି ଜୀବନ ମୂଲ୍ୟବାନ ପ୍ରସଙ୍ଗକୁ ପ୍ରାଧାନ୍ୟ ଦିଆଯାଇଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜରିଆରେ ଆମ ହସ୍ପିଟାଲ ଯୋଜନାରେ ପ୍ରାୟ ୫କୋଟି ଟଙ୍କା ବ୍ୟୟ ଅଟକଳରେ ରୂପାନ୍ତରଣ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭଆସି ମାଧ୍ୟମରେ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟରେ ଡାଇଲେସିସି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ସହ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସୁବିଧା ସୁଯୋଗ ପ୍ରଦାନ ସହ ଓ ସର୍ମ୍ପକୀୟଙ୍କ ସମସ୍ତ ପ୍ରକାରର ଆବଶ୍ୟକତାକୁ ପୂରଣ କରିବାରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଆୟୋଜିତ ଲୋକାର୍ପଣ ଉତ୍ସବେରେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ସୁରେନ୍ଦ୍ର ପ୍ରଧାନ, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜିଲ୍ଲା ଯ୍ଧେକ୍ସନା ବୋର୍ଡ ବିଶେଷଜ୍ଞ ସଦସ୍ୟ ଏନ. ରଘୁନାଥ, ଜିଲ୍ଲ୍ା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସିଡିଏମଓ ଉମାଚରଣ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଶାସକ ସୁବ୍ରତ କୁମାର ଜେନା, ତହସିଲଦାର ଭିକାରୀ ସାହୁ, ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ଆଇଆଇସି ଶ୍ରୀନିବାସ ସେଠି, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେର, ପ୍ରଜ୍ଜନନ ପରିଚାଳକ ଶକ୍ତି ଦିଗାଲ, ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ପ୍ରତିଭା ପାତ୍ର, ଡାକ୍ତର ଦୁର୍ଗାପ୍ରଦାଦ ପଣ୍ଡା, ଡାକ୍ତର ମାଧବ କୁମାର ସାହୁ, ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ସୁବ୍ରତ କୁମାର ବେହେରାଙ୍କ ସମେତ ସ୍ୱାସ୍ଥ୍ୟ, ପୌର, ସରପଞ୍ଚ, ସମିତିସଭ୍ୟ, ବହୁ ଜନ ପ୍ରତିନିଧି ଓ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ । ଆୟୋଜିତ ଉତ୍ସବରେ ୧୦ ହଜାରରୁ ଉର୍ଦ୍ଧ୍ୱ ମିଶନ ଶକ୍ତି ସଦସ୍ୟା ଉପସ୍ଥିତ ଥିଲେ ।

© 2023 Odisha Taza News.