No Result
View All Result
୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭାପୁର :- ବିଜେଡି ଦଳ ପ୍ରତି ଅଧିକ ଜନସମର୍ଥନ ବଢେଇବା ଏବଂ ନୂତନ ଯୁବ ଭୋଟରମାନଙ୍କୁ ଦଳ ପ୍ରତି ଆନୁଗତ୍ୟ ଏବଂ ଆକୃଷ୍ଟ କରିବା ପାଇଁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ କର୍ମୀମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ରାଜ୍ୟ ବୈଦ୍ୟୁତିକ ଓ ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଏହି ଭୋଟର ଟ୍ୟାଗିଂ ପ୍ରଶିକ୍ଷଣ ଶିବିରର ପ୍ରଶିକ୍ଷକ ରୂପେ ୧୮ ଟି ଜିଲ୍ଲାରେ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଭାପୁର ବ୍ଲକ ବିଜିପୁର ଓ ଭଗବାନପୁର ପଞ୍ଚାୟତରେ ଭୋଟର ଟ୍ୟାଙ୍ଗିଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ, ପଞ୍ଚାୟତର ପ୍ରତି ୱାର୍ଡରେ ଜଣେଜଣେ ବିଜେଡି କର୍ମୀଙ୍କ ଦ୍ଵାରା ୫୦ ଭୋଟର ନିଜ ନାମକୁ ପଞ୍ଜିକରଣ କରିବେ ଏବଂ ଭୋଟରମାନେ ଶୃଙ୍ଖଳିତ ଭାବେ ବିଜେଡି ଦଳ ସପକ୍ଷରେ ନିଜ ଭୋଟ ପ୍ରଦାନ କରିବେ ବୋଲି ସ୍ବୀକାରକ୍ତି ପ୍ରଦାନ କରିବେ । ଏହି ସ୍ବୀକାରକ୍ତି ପତ୍ରକୁ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଦାଖଲ କରିବେ ଫଳରେ, ଏହା ଦ୍ବାରା ବିଜେଡି ସଂଗଠନ ଦୃଢ଼ ହେବବୋଲି ଭାପୁର ବ୍ଲକ ବିଜେଡି କାର୍ଯ୍ୟଳୟ ସୂତ୍ରରୁ ପ୍ରକାଶ

No Result
View All Result