No Result
View All Result
୧୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବୋଲଗଡ଼ :- ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ଗ୍ରାମ ମା ମଙ୍ଗଳା କ୍ରିକେଟ କ୍ଲବ ଆନୁକୁଲ୍ୟରେ ଶନିବାର ଦିନ ସ୍ଥାନୀୟ ବଡତୋଟା ଖେଳ ପଡିଆ ଠାରେ ମା ମଙ୍ଗଳା କପ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଏହି ଟୁର୍ଣାମେଣ୍ଟରେ ନିକଟର୍ବିତୀ ବିଭିନ୍ନ ବ୍ଲକର ୮ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଉଦ୍ଘାଟନ ଦିବସରେ ଦୁଇଟି କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ଅବ୍ହୋଆଦୁକ୍ଇଛି। ପ୍ରଥମ ମ୍ୟାଚରେ ନରେନ୍ଦ୍ରପୁର କ୍ରିକେଟ କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭର ଖେଳି ୭ ଉଇକେଟ ବିନିମୟରେ ୧୧୦ ରନ୍ ସଂଗ୍ରହ କରିଥିଲା ଜବାବ ରେ କାଦୁଆ କ୍ରିକେଟ କ୍ଳବ୍ ୧୦ ଓଭର ଖେଳି ୬ ଉଈକେଟ ହରାଇ ୯୩ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା।
ସେହିପରି ଦ୍ଵିତୀୟ ମ୍ୟାଚରେ ମର୍ଦ୍ଦରାଜପୁର କ୍ରିକେଟ କ୍ଲବ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୧୦ ଓଭର ଖେଳି ୯ ୟୁକେଟରେ ୬୬ ରନ କରିଥିଲା।ଜବାବରେ ଡେଙ୍ଗେରାଗୋଡ଼ି କ୍ରିକେଟ କ୍ଲବ ୯ ଓଭର ରେ ୬ ଉଇକେଟ ହରାଇ ଆବଶ୍ୟକ ୬୭ ରନ କରି ବିଜୟ ହୋଇଥିଲା। ଅମ୍ପେୟାର ଭାବେ ବବୁଲ ମହାନ୍ତି ଓ ସନ୍ତୋଷ ପରିଡା ମ୍ୟାଚ ପରିଚାଳନା କରିଥିଲେ। ଏହି ଉଦଘାଟନ ମ୍ୟାଚରେ ଅତିଥି ଭାବେ ସାମାଜିକକର୍ମୀ ନିରଂଜନ ନାୟକ ଓ ନିରଞ୍ଜନ ସୁବୁଦ୍ଧି ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସୁବାଷଚନ୍ଦ୍ର ବେହେରା, ଦିପୁ ମହାପାତ୍ର, ମିଥୁନ ସାମନ୍ତରାୟ, ପ୍ରଭଞ୍ଜନ ପରିଡ଼ା ପ୍ରମୁଖ ସଦସ୍ୟମାନେ ସହଯୋଗ କରିଥିଲେ।

No Result
View All Result