ଓଡିଶା ତାଜା ନ୍ୟୁଜ୍ (୨୬ ଜୁଲାଇ ରବିବାର) ବରଗଡ଼ :- ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଅନ୍ତର୍ଗତ କଲାପାଣି ଗାଁ ର ଦୁଗ୍ଧ ଚାଷୀ ମାନେ ଏନ୍.ଏଚ୍ ୫୨ ରାସ୍ତା ଉପରେ କ୍ଷୀର ଢାଳି ଅଭିନବ ପ୍ରତିବାଦ କରିଥିଲେ । ଜିଲ୍ଲା ରେ କରୋନା ସଙ୍କ୍ରମିତ ଭୟାଭୟତା ବେଳେ ସଟ୍ ଡାଉନ୍ ଘୋଷଣା ହୋଇଥିବା ଯୋଗୁଁ ଚାଷୀ ମାନଙ୍କ କ୍ଷୀର ବିକ୍ରୀ ହୋଇ ପାରୁନାହିଁ ।
ଫଳରେ ସେମାନେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରାମ ରେ ଥିବା ଦୁଗ୍ଧ ସୋସାଇଟିକୁ କ୍ଷୀର ନେଲେ ମଧ୍ୟ ଫେରାଇ ଦେଉଥିବା ଅଭିଯୋଗ କରିଛନ୍ତି । ଅତାବିରା ଦୁଗ୍ଧଚାଷୀ ମାନେ ସରକାରଙ୍କ ଠାରୁ ସେମାନଙ୍କୁ ଦୁଗ୍ଧ ବିକ୍ରି କରିବା ପାଈଁ ଅନୁମତି ଦିଆଯାଉ ବୋଲି ପ୍ରତିକ୍ରିୟା ରଖିଛନ୍ତି । (ସତ୍ୟନାରାୟଣ ପ୍ରଧାନ)