No Result
View All Result
୧୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :- ନାଚୁଣୀ ସତ୍ ସଙ୍ଗ କେନ୍ଦ୍ର ଆନୁକୁଲ୍ୟରେ ଠାକୁର ଶ୍ରୀଶ୍ରୀ ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ପବିତ୍ର ଜୟନ୍ତୀ ତଥା ଏହି କେନ୍ଦ୍ରର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ଉଷା ବିନତି ସହ ବିଭିନ୍ନ ବୈଦିକ ନୀତି ନିୟମ ଅନୁଯାୟୀ କାର୍ଯ୍ୟକ୍ରମ ହେଵା ସହ ନଗର କୀର୍ତ୍ତନ ପରେ ମଧ୍ୟାହ୍ନରେ ହଜାରରୁ ଊର୍ଦ୍ଧ୍ଵ ଗୁରୁ ଭ୍ରାତା ଓ ମା ମାନଙ୍କ ଉପସ୍ଥିତିରେ ସତ୍ ସଙ୍ଗ ଅନୁଷ୍ଠିତ ହୋଇଥିଲା।
ଏହି କେନ୍ଦ୍ରର ପରିଚାଳକ ତଥା ରଇତ୍ଵଇକ ଗତି କ୍ରୃଷ୍ନ ଉତ୍ତର କବାଟ ଙ୍କ ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ବିଭିନ୍ନ ଅଞ୍ଚଳରୁ ଆଗତ ବରେଣ୍ୟ ରିତ୍ଵିକ,ଅଧୈର୍ଯୁ ଏବଂ ସହ ରିତ୍ଵିକ ମାନଙ୍କ ଦ୍ଵାରା ଠାକୁରଙ୍କ ଭାବଧାରା ଉପରେ ସାରଗର୍ଭକ ଉଦ୍ ଵୋଧନ ପ୍ରଦାନ କରାଯାଇଥିଲା। ଏହାପରେ ଅପରାହ୍ନରେ ମାତ୍ରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆନନ୍ଦ ବଜାର ର ବ୍ୟବସ୍ଥା କରା ଯାଇଥିଲା।

No Result
View All Result