ଶତାଧିକ କର୍ମୀ କଂଗ୍ରେସ ରେ ଯୋଗଦାନ । ପିସିସି ସଭ୍ୟ ଅନିଲ ଙ୍କ ଅଗ୍ନୀ ବର୍ଷି ଭାଷଣ

ବିଜେପି ଓ ବିଜେଡି ସରକାର ଗରିବ ଲୋକଙ୍କ ପେଟେ ଲାଦ ମାରିବା ସରକାର ଏଠାରେ ତାମିଲ ରାଜ ଚଳିବ ନାଁହିଁ

୧୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ଯୋଗିମୁଣ୍ଡା ଗୋରୁ ବଜାର ଠାରେ କଂଗ୍ରେସ ପକ୍ଷରୁ ୧୫ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି |ବିଧାୟକ ଆଶାୟୀ ପାର୍ଥି ଅନିଲ ମେହେର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ସମାବେଶ ରେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଳେ |ପ୍ରଥମେ ଗାଁ ରେ ଏକ ଶୋଭାଯାତ୍ରା କରି ପରିକ୍ରମା କରିଥିଲେ |ପରେ ଅନୁଷ୍ଠିତ ସଭା ରେ ବିଜେଡି, ବିଜେପି ଦଳକୁ ଛାଡି କଂଗ୍ରେସ ରେ ସାମିଲ ହୋଇଥିଲେ ।କଂଗ୍ରେସ ର କର୍ମୀ ସମ୍ମିଳନରେ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକ ଙ୍କ ପେଟ ରେ ଲାଦ ମାରିବା ଉଭୟେ ସରକାର ଓ ୨୫ କେଜି ଚାଉଳ ଦେବା ପରିବର୍ତ୍ତେ ୫ କେଜି ଦେଉଛନ୍ତି ,୩୦ ବର୍ଷ ଶାସନ କାଳରେ ଆବାସ ଗୃହ ,ରାସନ୍ ,ଓ ଚାକିରି କ୍ଷେତ୍ର ମଧ୍ୟ ଲୋକେ ବଞ୍ଚିତ ହେଉଛନ୍ତି ବୋଲି କଂଗ୍ରେସ ପିସିସି ସଭ୍ୟ ଶ୍ରୀ ମେହେର ସଭାରେ ଉଦବୋଧନ ଦେଇଥିଲେ । କଂଗ୍ରେସ ସରକାର ଥିବା ବେଳେ ତିନି ତିନିଥର କୃଷି ଋଣ ଛାଡ଼ କରିଛନ୍ତି । ଅଞ୍ଚଳ ବିକାଶ ପାଇଁ ଆଗାମୀ ନିର୍ବାଚନ ରେ କଂଗ୍ରେସ କୁ ଜିତାଇବାକୁ ଆହ୍ୱ।ନ କରିଥିଲେ ।

ଏହି କର୍ମସମ୍ମଳନୀ ରେ ବିଜେପି ଓ ବିଜେଡ଼ି ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି ଏବଂ ବିଜେପି ନେତା ଅଶ୍ଵନୀ ବୈଷ୍ଣବ ଙ୍କୁ ବିଜେଡି ରାଜ୍ୟ ସଭା କୁ ମନୋନୀତ କରିଥିବା ରୁ ଏଠାରେ ସ୍ପଷ୍ଟ ହୋଇଛି । ଏଥିପାଇଁ ଆଜି ବିଜେଡି ବିଜେପି ଙ୍କୁ ବରକନ୍ୟା ବୋଲି ସଜାଇ ବାଜା ରୋଷଣୀ ସହ ମଞ୍ଚ ରେ ବାହା କରାଇଥିଲେ । ଏଥି୍ରେ ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ , ସାଧୁଚରଣ ମେହେର ,ରମେଶ ମେହେର ,ଜଳଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପାଟଣାଗଡ଼ ବ୍ଳକ କଂଗ୍ରେସ ସଭାପତି ପତିତପାବନ ପ୍ରଧାନ ସଭାପରିଚଳନା କରିଥିଲେ ।