No Result
View All Result
୧୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଲାଙ୍ଗିର :- ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଗୋବିନ୍ଦପୁର ଠାରେ ଏକ ହରଡ ମଣ୍ଡି ଉଦଘାଟିତ ହୋଇଯାଇଛି । ଚଳିତ ବର୍ଷ ରେ ଖରିଫ ଋତୁରେ ବ୍ୟାପକ କୃଷି ଯୋଜନା ରେ ବଲାଙ୍ଗିର ଜିଲ୍ଲା ରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆଇକାର୍ଡା ର ମିଳିତ ପ୍ରୟାସ ରେ ୫୬୩ ହେକ୍ଟର ଜମି ରେ ହରଡ ବିହନ ଉତ୍ପାଦକ ହାତକୁ ନିଆଯାଇଛି । ଏହି କ୍ରମ ରେ ଚଳିତ ବର୍ଷ ହରଡ ର ପ୍ରମାଣିକ ବିହନ ଉତ୍ପାଦକ ମାନଙ୍କ ଠାରୁ ସିଧା ସଳଖ ସରକାରଙ୍କ ଘୋଷିତ କ୍ୟୁଟାଲ ପ୍ରତି ୯ ହଜାର ଶହେ ଟଙ୍କା ସିଧାସଳଖ ମଣ୍ଡି ରେ କିଣି ପାରିବେ ।
ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ରେ ୧୪୦୦ କ୍ୟୁଣ୍ଟାଲ ର ପ୍ରମାଣିକ ବିହନ କ୍ରୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲା ବିହନ ପ୍ରମାଣିକ ଅଧିକାରୀ ମୋହିତ ରଣା ଙ୍କ ବଲାଙ୍ଗିର ଜିଲ୍ଲା ରେ ହରଡ ଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ମତ ବ୍ୟକ୍ତ କରିଛନ୍ତି । ସରକାର ମଧ୍ୟ ପ୍ରତି ବର୍ଷ ହରଡ ପ୍ରମାଣିକ ବିହନ ର ସମର୍ଥନ ମୂଲ୍ୟ ବୃଦ୍ଧି ଜାରି ରଖିଛନ୍ତି । ଚଳିତ ବର୍ଷ ରେ ହରଡ ବଜାର ଚାହିଦା ବହୁମାତ୍ରା ରେ ବଢ଼ିଛି । ଏଣୁଚାଷି ଭାଇ ମାନଙ୍କୁ ନିଜଢିପ ଜମିରେ ହରଡ ବିହନ ଉତ୍ପାଦନ କରି ଲାଭ ବାନ ହେବା ପରେ ଶ୍ରୀ ରଣା ଚାଷି ମାନଙ୍କୁ ଅନୁରୋଧ କରିଛନ୍ତି ।
No Result
View All Result