<h4><img class="alignnone wp-image-135366" src="https://odishatazanews.com/wp-content/uploads/2024/02/kalahandi-3-1-300x142.jpg" alt="" width="866" height="410" /><strong><span style="color: #ff0000;">୧୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କନ୍ଧମାଳ :-</span> ଜିଲ୍ଲା ବାଲିଗୁଡ଼ା ସ୍ଥିତ ତ୍ରିବେଦୀ ପାର୍କରେ କାର୍ଯ୍ୟରତ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ପାର୍କ ଭିତରେ ଥିବା ଏକ ଘରୁ ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ମୃତ ସିକ୍ୟୁରିଟି ଗାର୍ଡ ବାଲିଗୁଡ଼ା ଥାନା ଗୁମାପଦର ନିକଟସ୍ଥ ବଲମରପଦର ଗ୍ରାମର ଦିବାକର ବିନ୍ଧାଣୀ ବୋଲି ଜଣାପଡିଛି । ସୂଚନା ପ୍ରକାରେ ନିଜ ନିଜ ଡିୟୁଟି ସାରି ପାର୍କରେ କାମ କରୁଥିବା ଛ ଜଣ କର୍ମଚାରୀ ପାର୍କ ତାଲା ପକାଇ ନିଜ ନିଜ ଘରକୁ ଚାଲିଯାଆନ୍ତି । ବୁଧବାର ଦିନ ମଧ୍ୟ ରାତି ୮ଟାରେ ପାର୍କ ବନ୍ଦ କରି ସମସ୍ତେ ଘରକୁ ଯିବାକୁ ବାହାରିଥିଲେ ହେଲେ ଦିବାକର ଯାଇନଥିଲେ । </strong><img class="alignnone wp-image-135365" src="https://odishatazanews.com/wp-content/uploads/2024/02/kalahandi-2-1-300x138.jpg" alt="" width="973" height="448" /><strong>ଦିବାକର ନଯିବା କଥା ମଧ୍ୟ କେହି ଜାଣି ପାରିନଥିଲେ । ଘରକୁ ନଫେରିବାରୁ ଦିବାକରଙ୍କ ସ୍ତ୍ରୀ ଲଳିତା ବିନ୍ଧାଣୀ ସ୍ବାମୀଙ୍କୁ ଫୋନ୍ କରିଥିଲେ କିନ୍ତୁ ସେ ଫୋନ୍ ଉଠାଇନଥିଲେ । ଗୁରୁବାର ସକାଳୁ କିଛି କର୍ମଚାରୀ ପାର୍କକୁ ଆସିବା ପରେ କୌଣସି କାମରେ ସେହି ଘର ଭିତରକୁ ଯିବାପରେ ଦିବାକର ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସ୍ପଷ୍ଟ କରିଥିଲେ । ହେଲେ ଦିବାକରଙ୍କ ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।</strong><img class="alignnone wp-image-94417" src="https://odishatazanews.com/wp-content/uploads/2022/12/ODISHA-TAZANEWS-PRESS.pptx1_.pptx4-Copy-300x69.jpg" alt="" width="887" height="204" /><img class="alignnone wp-image-111284" style="color: #333333; font-size: 15px;" src="https://odishatazanews.com/wp-content/uploads/2023/06/ranpur-55-300x111.jpg" alt="" width="830" height="307" /></h4>