୧୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚାନ୍ଦପୁର :- ରଣପୁର ଥାନା ଇନ୍ସପେକ୍ଟର ପଞ୍ଚାନନ ପରିଡା ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛନ୍ତି।ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରାଯାଇଛି ସେମାନେ ଏହି ବନ୍ଧୁକକୁ ବନ୍ୟ ଜନ୍ତୁ ଶିକାର କରିବାରେ ବ୍ୟବହାର କରୁଥିଲେ ବୋଲି ଜଣା ପଡିଛି | ଗିରଫ ବ୍ୟକ୍ତିମାନେ ବନ୍ଧୁକର ଲାଇସେନ୍ସ ଦେଖାଇ ପାରି ନ ଥିଲେ |
ଲାଇସେନ୍ସ ବିହୀନ ବନ୍ଧୁକ ବ୍ୟବହାର ଅଭିଯୋଗରେ ସେମାଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡିଛି | ସେହିପରି ଚାନ୍ଦପୁର ପୋଲିସ ଦୁଇ ଜଣଙ୍କୁ ଲାଇସେନ୍ସ ବିହୀନ ବନ୍ଧୁକ ବ୍ୟବହାର ଅଭିଯୋଗରେ ଗିରଫ କରିଥିବା ଜଣା ପଡିଛି | ଏ ନେଇ ଅପରାହ୍ନରେ ରଣପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏଥିରେ କୁମର ଦଳେଇ, ନିତ୍ୟାନନ୍ଦ ଦଳେଇ ଓ କାଶୀନାଥ ଦଳେଇ, କେଶବ ନାୟକ ଓ ଶିବ ସୁନ୍ଦର ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି |

© 2023 Odisha Taza News.