୧୪ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚାନ୍ଦପୁର :- ଖୋର୍ଦ୍ଧା ଜିଲ୍ଲା ଜଂକିଆ ପଞ୍ଚାୟତ ମୁଣ୍ଡାଆମ୍ବ ମୌଜାରେ ଇଡକୋ ପକ୍ଷରୁ ଶିଳ୍ପ ପ୍ରତିଷ୍ଠା ପାଈଁ ବିଭିନ୍ନ କମ୍ପାନୀକୁ ଜମି ଆବଣ୍ଟନ କରାଯାଇଛି।ଏଥିରେ ବରୁଣ ବେଭେରଜ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଅନ୍ତର୍ଜାତୀୟ ମୃଦୁ ପାନୀୟ ପେପସି କମ୍ପାନୀର ସ୍ଥାପନ କରାଯାଇଛି। ଏହି ପେପ୍ସି କମ୍ପାନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଉଦଘାଟନ କରିଛନ୍ତି..ତା ସହ ୧୧ଟି ବଡ଼ବଡ଼ ଶିଳ୍ପ ସଂସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।ଏଥିରେ ନେସଲେ ଇଣ୍ଡିଆ ଫୂଡ଼ସ ଆନାଡ୍ରୋନ ସିଷ୍ଟମ୍ ଶିବଶକ୍ତି ପ୍ରୋସେସଡ଼ ଫୂଡ଼ସ,ମା ତାରିଣୀ ରୋଲର ଫ୍ଲୋର ମିଲ ,କେମକୋ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରି ଶ୍ରୀ ଜୟ ଫୋଏଲସ ଲିମିଟେଡ଼,ରାଜଶ୍ରୀ ପଲି ପ୍ୟକ୍ ଇଣ୍ଡୋପାଟ ,
ଶ୍ରୀ ଚକ୍ର ପଲିପ୍ଲାଷ୍ଟ ଇଣ୍ଡିଆ,ସୁରକ୍ଷା ପ୍ୟାକର୍ଷ ବର୍ଜର ପେଣ୍ଟସ ଓ ନାରାୟଣୀ ଗ୍ରୀନ ପ୍ୟାକ ଭଳି ବଡ଼ ବଡ଼ କମ୍ପାନୀର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।ଏହି ପ୍ରକଳ୍ପ ରେ ୧୨ ହଜାର କୋଟି ଟଙ୍କା ବିନିଯୋଗ ହେବ।ଫଳରେ ଗାଁର ଯୁବକ ମାନେ ରୋଜଗାର ପାଇ ପାରିବେ।ଗତକାଲି ଅପରାହ୍ନରେ ଏଠାରେ ପହଞ୍ଚି ଏହାକୁ ଉଦଘାଟନ କରିଛନ୍ତି । ପୋଲିସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଆଜି ଠାରୁ ଖୋର୍ଦ୍ଧା ଓ ଜଂକିଆ ପୋଲିସ କମ୍ପାନୀ ଅଞ୍ଚଳକୁ ଯାଇ ସବୁ ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି।ଏହି କମ୍ପାନୀ ହେବ ଦ୍ଵାରା ଏହି ଅଞ୍ଚଳର ବେକାର ଯୁବକ ଯୁବତୀ ରୋଜଗାର ପାଇ ପାରିବେ ବୋଲି ଜଣାପଡିଛି।ଏହି ବଡ଼ ବଡ଼ ପ୍ରୋଜେକ୍ଟ ସ୍ଥାପନ ହେବା ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଅଧିକରୁ ଅଧିକ ଶିଳ୍ପ ସମୃଦ୍ଧ ହୋଇ ପାରିବ।

© 2023 Odisha Taza News.