ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ ଅଭିମନ୍ୟୁ ମହାରଣା (୨୫ ଜୁଲାଇ ଶନିବାର ) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର “ପ୍ଲାଜମାଦାନ” ର୍କ୍ୟାକ୍ରମର ଦାୟୀତ୍ୱରେ ଥିବା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଙ୍କ ଆବାହକତ୍ୱରେ ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ସମସ୍ତ ବିଧାୟକମାନଙ୍କୁ ନେଇ ଏକ ଭର୍ଚୁଆଲ ମିଟିଙ୍ଗ ଆଜି ସଂଦ୍ଧ୍ୟା ୭ଟା ସମୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସତ୍ୟନାରାୟଣ ପ୍ରଧାନ, ରମେଶ ଚନ୍ଦ୍ର ବେହେରା,ଅରବିନ୍ଦ ଢାଲି, ଜିତୁ ମିତ୍ର , ଅନନ୍ତ ନାରାୟଣ ଜେନା, ରାଜ କିଶୋର ସାହୁ, ପ୍ରଶାନ୍ତ ଜଗଦେବ ଏବଂ ସୁଶାନ୍ତ ରାଉତ ଯୋଗ ଦେଇଥିଲେ ।
ସମସ୍ତ କରେନା ଯୋଗଦ୍ଧା ଯଥା ଡାକ୍ତର, ପୋଲିସ , ନର୍ସ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ , ସାମ୍ବାଦିକ ଏବଂ ଜନ୍ରତିନିଧି ମାନଙ୍କୁ ସମ୍ମାନିତ କରାିବ । ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ର ସମସ୍ତ ବିଧାୟକ ମାନେ ନେତୃତ୍ୱ ନେଇ ନିଜ ନିଜ ନିର୍ବାଚନ ମଣ୍ଡଳୀର, ୨୮ଦିନ ପୂର୍ବରୁ କରୋନାରୁ ଆରୋଗ୍ୟ ଲାଭ କରିଥିବା, ମଧୁମେହ ଓ ରକ୍ତଚାପ ଥିବା ଏବଂ ୨୦ ରୁ ୫୫ ବର୍ଷ ବୟସ ମଧ୍ୟରେ ବ୍ୟକ୍ତିମାନଙ୍କୁ ଉତ୍ସାହିତ କରି ପ୍ଲାଜମା ଦାନ କରିବା ପାଇଁ ମନ୍ତ୍ରୀ ଡ. ଅରୁଣ ସାହୁ ପ୍ରସ୍ତାବ ଦେଇଥିଲେ । ଅନ୍ୟ ସମସ୍ତ ବିଧାୟକମାନେ ଗଠନ ମୂଳକ ଆଲୋଚନା କରିଥିଲେ ।