-
ସରକାର ଙ୍କ ଜନହିତକର ଯୋଜନା କୁ ଆହୁରି ସଫଳ କରିବା ପାଇଁ ସମସ୍ତ ଙ୍କ ସହଭାଗିତା ହିଁ ଏକାନ୍ତ କାମ୍ୟ : ବିଧାୟକ ସରୋଜ
ରାଜ୍ୟ ସରକାର ଙ୍କର ଜନହିତକର ଯୋଜନା ଉପରେ ଅଭିଭାଷଣ ଦେବା ସହ ରାଜ୍ୟ ସରକାର ଙ୍କ ଯୋଜନା କୁ ଆଗାମୀ ଦିନରେ ଆହୁରି ସଫଳ କରିବାକୁ ହେଲେ ସମସ୍ତ ଙ୍କର ସହ ଭାଗିତା ହିଁ ଏକାନ୍ତ ଆବଶ୍ୟକ ବୋଲି ବିଧାୟକ ଶ୍ରୀ ମେହେର ସମସ୍ତ ଙ୍କୁ ନିବେଦନ କରିଥିଲେ । ରାଜ୍ୟ ସରକାର ବିଶେଷ କରି ମହିଲା ମାନଙ୍କ ବିକାଶ ଦିଗରେ ଅନେକ ଯୋଜନା ହାତକୁ ନେଇ ମହିଳା ସଶକ୍ତକରଣ କରିବା ସହ ମହିଲା ମାନେ ନିଜେ ନିଜେ ସ୍ବୟଂ ସହାୟକ ତଥା ମିଶନ ଶକ୍ତି ମାଧ୍ୟମରେ ସ୍ବାଭାବଳମ୍ବୀ ହୋଇଛନ୍ତ ପାରିଛନ୍ତି ବୋଲି ସମାବେଶ ରେ ଉଦବୋଧନ ଦେଇଥିଲେ ।ବର୍ତ୍ତମାନ ରାଜ୍ୟ ସରକାରୀ ମଧୁବାବୁ ପେନସନ କୁ ମଧ୍ୟ ୫ ଶହ ଟଙ୍କା ରୁ ୧ ହଜାର ଟଙ୍କା ବୃଦ୍ଧି କରିଛନ୍ତି ଯାହାଫଳରେ ହଜାର ହଜାର ହିତାଧିକାରୀ
ତାଙ୍କର ଆର୍ଥିକ ସ୍ଥିତି ସୁଧାର ଆସିବ ବୋଲି ବିଧାୟକ ଶ୍ରୀ ମେହେର ତାଙ୍କ ଅଭିଭାଷଣ ରେ ଉଦବୋଧନ ଦେଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶ ରେ ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ନିଳକାନ୍ତ ବାଗ , ଜିଲ୍ଲା ପରିଷଦ ସଭ୍ୟା ବିଶେଶ୍ଵରୀ ବରିହା , ବାଳିକା ମାଝୀ , ବିଧାୟକଙ୍କ ପ୍ରତିନିଧି ହିମାଞ୍ଚଳ ପ୍ରଧାନ , କେନ୍ଦୁମୁଣ୍ଡି ସରପଞ୍ଚ ଜିତୁ ମେହେର ,ସରପଞ୍ଚ ସଂଘ ସଭାପତି ଜନାର୍ଦ୍ଦନ ସାହୁ , ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ୧୫ ହଜାରରୁ ମହିଳା ପୁରୁଷ କର୍ମୀ ଯୋଗଦାନ ଦେଇଥିଲେ ।

© 2023 Odisha Taza News.