ଓଡିଶା ତାଜା ନ୍ୟୁଜ୍ (୨୫ ଜୁଲାଇ ଶନିବାର) ଗଣିଆ :- ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ଗଣିଆ ଗ୍ରାମପଞ୍ଚାୟତରୁ ଗତ କାଲି ୩ ଜଣ ସାଧାରଣ ଜନତା , କିଶୋର ଚନ୍ଦ୍ର ବିଦ୍ୟାପୀଠ ସଂଗରୋଧ କେନ୍ଦ୍ରରୁ ଏବଂ ବେଷ୍ଟ୍ ଏସ୍.ଆଇ ଆୱାର୍ଡ଼ ପାଇଥିବା ଗଣିଆ ଥାନା ଅଧିକାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଗଣିଆ ସରପଞ୍ଚ ସସ୍ମିତା ଲେଙ୍କା ଗଣିଆ ପଞ୍ଚାୟତ କୁ ୪୮ ଘଣ୍ଟା ସଟ୍ ଡାଉନ୍ ଘୋଷଣା କଲେ ।
୨୭ ତାରିଖ ସକାଳ ୬ ଘଟିକାଠାରୁ ୨୯ ତାରିଖ ସକାଳ ୬ ତାରିଖ ପର୍ଯ୍ୟନ୍ତ ଗଣିଆ ଗ୍ରାମ ପଞ୍ଚାୟତ କୁ ସରପଞ୍ଚ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏବଂ ୩୦ ତାରିଖ ସାପ୍ତାହିକ ହାଟ କୁ ସାମାଜିକ ଦୂରତା କାରଣ ଯୋଗୁଁ ବନ୍ଦ କରାଯାଇଥିବାର ଜଣାପଡ଼ିଛି । (ରିପୋର୍ଟ – ସୁବ୍ରତ ପରିଡ଼ା)