-
ଶିଶୁଟି ଭଲ ମଣିଷ ହେବା ପାଇଁ ଅଭିବାବକଙ୍କ ଗୂରୁ ଦାୟିତ୍ଵ
ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ ପରେ ସ୍ଵାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଶିଶୁ ମନ୍ଦିରର ସଂପାଦକ ତଥା ଅଧ୍ୟାପକ ପଦ୍ମଚରଣ ଭୋଳ ସଂପାଦକୀୟ ବୀବରଣୀ ପାଠ କର୍ଥିବ ବେଳେ ଶିଶୁ ମନ୍ଦିରର ପ୍ରତିଷ୍ଠାତା ତଥା ବଶିଷ୍ଠ ବିଜ୍ଞାନ ଶିକ୍ଷକ ଚରଣ ସାହୁ ବିଦ୍ୟାଳୟ ସମ୍ପର୍କରେ ସମ୍ୟକ ଦୃଷ୍ଟିପାତ କରିଥିଲେ। ମଞ୍ଚାସୀନ ଅତିଥି ମାନେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଉପାଦିୟ ଉପଦେଶ ପ୍ରଦାନ କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କାମରାଜ ବରାଡ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ, ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

© 2023 Odisha Taza News.