ତେବେ ଶେଷରେ ସରକାର ପୁରାତନ ଆଦିବାସୀ ସଅର ସମ୍ପ୍ରଦାୟକୁ ଓଡ଼ିଶାର ଜନଜାତି କ୍ରମାଙ୍କ ୫୯ ରେ ଅନ୍ତର୍ଭୁକ୍ତ କରିଥିବାରୁ ସଙ୍ଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା,, ରାଜ୍ୟ ୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ବିଜେଡି ରାଜ୍ୟ ସାଧାରଣ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ଆଦିବାସୀ ଉନ୍ନୟନ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କୃତଜ୍ଞତା ଜଣାଇଛନ୍ତି।ଦୀର୍ଘ ବର୍ଷ ର ଦାବି ପରେ ସରକାରଙ୍କ ଏହି ନିଷ୍ପତ୍ତି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଓ ପୂର୍ବରୁ ବଞ୍ଚିତ ଥିବା ସଅର ସମ୍ପ୍ରଦାୟର ପରିବାର କୁ ନ୍ୟାୟ ମିଳିଛି ବୋଲି ସଙ୍ଘ ଏକ ପ୍ରେସ ରିଲିଜ ରେ ପ୍ରକାଶ କରିଛି।

© 2023 Odisha Taza News.