No Result
View All Result
୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ବାଲୁଗାଁ :- ତେନ୍ତୁଳିଡିହ ବିବେକାନନ୍ଦ ବିଦ୍ୟା ମନ୍ଦିରର ଚତୁର୍ଦଶ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଐତିହାସିକ ସତ୍ୟବାଦୀ ବଳିୟାରସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡ଼ ଆନନ୍ଦ ଚନ୍ଦ୍ର ଭୋଳ, ମୁଖ୍ୟ ବ୍ୟକ୍ତା ଭାବେ ଲେଖକ ରାଜେନ୍ଦ୍ର ପ୍ରସାଦ ରଥ, ସଂମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଅଜିତ ବୋଷ, ଗଣମାଧ୍ୟମ ପ୍ରତିନିଧି ଶକ୍ତି ପ୍ରସାଦ ମହାପାତ୍ର, ଗବେଷକ ମଦନ ମୋହନ ମହାପାତ୍ର, ସାହିତ୍ୟିକ ରଙ୍କ ନାଥ ସେଠୀ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ମାର୍ଗ ଦର୍ଶନ ଦେବା ସହିତ ପିତାମାତାମାନେ ପୁତ୍ର କନ୍ୟା ମାନେ ଟିଭି ଦେଖିବା,
ମୋବାଇଲ ବ୍ୟବହାରକୁ ସଚେତନ କରିବା ସହ ଫାଷ୍ଟ ଫୁଡ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ l ପୁରସ୍କାର ବିତରଣ ପରେ ସଂlସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା l ସମ୍ପାଦକ ଇଂ ସନାତନ ମହାନ୍ତି ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଶିକ୍ଷକ ପ୍ରକାଶ କୁମାର ବାରିକ ଧନ୍ୟବାଦ ପ୍ରକାଶ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଜୟନ୍ତୀ ମହାନ୍ତି, ନମିତା ପାଢ଼ୀ, ସମିତା ବଡ଼ଜେନା, ଦେବେନ୍ଦ୍ର ସ୍ୱାଇଁ, ମନୋଜ ମୁଦୁଲି, ସସ୍ମିତା ମାତ, ଅରୁଣ କାନ୍ତ ନାୟକ ପରିଚାଳନା କରିଥିଲେ l

No Result
View All Result