ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବୈଠକରେ କୃପାନେତ୍ରର ସମ୍ପାଦକ ରବୀନ୍ଦ୍ରନାଥ ପାତ୍ର, ସଭାପତି ପ୍ରଫେସର ରାଧାକାନ୍ତ ମହାନ୍ତି, ଅଧ୍ୟାପକ ମୁରଲୀଧର ସାହୁ, ଜୟଦେବ ଗବେଷକ ବୈଜୟନ୍ତ ବାରିକ , ସମାଜ ସେବୀ ରମେଶ ଚନ୍ଦ୍ର ସାହୁ, ପ୍ରାଚୀ ଗବେଷକ ହଂସ ନାଥ ସାହୁ , ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କବିତା ହେଉଛି ଅସୀମ ସାଗରର କଥା, ତାହାକୁ ମାପି ହୁଏ ନାହିଁ ବୋଲି କହିବା ସହ ଉପସ୍ଥିତ କବିମାନଙ୍କୁ ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ଉତ୍ସଵର ମଂଚ ପରିଚାଳନରେ ଦେବେନ୍ଦ୍ରନାଥ ସେନାପତି, ସୁଜାତା ଦାଶ, ଅବଦୁଲ ବାରି ସହଯୋଗ କରିଥିଲେ।
ଅନୁଷ୍ଠାନର ରବୀନ୍ଦ୍ର ସାହୁ, ପ୍ରଦୀପ୍ତ ପାତ୍ର,ପ୍ରତାପ ବେହେରା, ସୁରେନ୍ଦ୍ରନାଥ ସାହୁ,ଟୁଲୁ ସାହୁ, ପ୍ରମୁଖ ଉତ୍ସଵକୁ ସହଯୋଗ କରିଥିଲେ। ଛୋଟ ଛୋଟ ପିଲାଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କୃପାନେତ୍ର ଅନୁଷ୍ଠାନ ପକ୍ଷରୁ ଦୀର୍ଘବର୍ଷ ଧରି ପିଲାମାନଙ୍କର ଜ୍ଞାନର ବିକାଶ ଦିଗରେ ବିଭିନ୍ନ ପ୍ରତିଯୋଗିତା ପ୍ରଦର୍ଶନ କରି ସେମାନଙ୍କୁ ସମ୍ମାନିତ କରି ଆସୁଛନ୍ତି। ଅନୁଷ୍ଠାନର ଏତା ଦୃଶ୍ୟ ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଅଛି ।

© 2023 Odisha Taza News.