No Result
View All Result
୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ବେଗୁନିଆ :- ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଅନୁଷ୍ଠାନର ସଭାପତି ମାନସ ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଚନ୍ଦ୍ର ଲେଙ୍କା ମୁଖ୍ୟ ଅତିଥି, ସ୍ଥାନୀୟ ଚିକିତ୍ସାଳୟର ଅଧିକାରୀ ଡାକ୍ତର ଜଗଦୀଶ ସାହୁ ମୁଖ୍ୟବକ୍ତା, ଶିକ୍ଷା ବିକାଶ ସମିତି ଖୋର୍ଦ୍ଧା ଜିଲ୍ଲା ସଙ୍କୁଳ ପ୍ରମୁଖ ତଥା ସାମ୍ବାଦିକ ନଳିନୀ କାନ୍ତ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦ୍ବାରା ଛାତ୍ର ଛାତ୍ରୀମାନେ ଉତ୍ତମ ବ୍ୟବହାର କରି ପାରିବେ ବୋଲି ମତ ଦେଇଥିଲେ ।
ସଭାର ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରି ଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ମନ ରଞ୍ଜନ ପଣ୍ଡା ସ୍ଵାଗତ ଭାଷଣ ଓ ସମ୍ପାଦକ ଦିଲ୍ଲୀପ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପରେ ପୁରସ୍କାର ବିତରଣ ସଭାରେ ଆଚାର୍ଯ୍ୟା କସ୍ତୁରୀ କାମୋଦିନୀ ମହାପାତ୍ର,ଶୁଭ ଦର୍ଶିନୀ ଦାଶ ଓ ଆଚାର୍ଯ୍ୟ ସିଦ୍ଧେଶ୍ୱର ବେହେରା ପ୍ରମୁଖ ସହଯୋଗ କରିଥିବା ସହ ବନ୍ଦେ ମାତରଂ ଓ ସୂଚନା କାର୍ଯ୍ୟକ୍ରମରେ ଆଚାର୍ଯ୍ୟା ଲକ୍ଷ୍ମୀପ୍ରିୟା ସ୍ଵାଇଁ ଓ ପ୍ରଣତୀ ମାନସିଂହଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା।ଶେଷରେ ବିଦ୍ବତ ପରିଷଦ ସଭାପତି ବଂଶୀଧର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result