ଲେଖାରେ ରୁଚି ରଖିଥିବା ଆର୍ତ୍ତତ୍ରାଣ ଏକାଧିକ କବିତା ପୁସ୍ତକ ଲେଖିଥିଲେ। ତାଙ୍କୁ ଅନେକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟରେ ତାଙ୍କ ପତ୍ନୀ ମିନତୀ ସାହୁ ସମ୍ପୂର୍ଣ ସହଯୋଗ ଦେଉଥିଲେ। ସାହିତ୍ୟ କ୍ଷେତ୍ରରେ ତାଙ୍କର ଦକ୍ଷତା ପାଇଁ ଏଭଳି ସମ୍ମାନ ଜନକ ଡ଼କ୍ଟରେଟ ଡିଗ୍ରୀ ପ୍ରଦାନ କରିଛି ଆମେରିକାନ ଆଲିଆନ୍ସ ବିଶ୍ଵବିଦ୍ୟାଳୟ। ଦିଲ୍ଲୀ ଗୁଡଗାଁ ରେ ଅନୁଷ୍ଠିତ ଏକ ସୂତନ୍ତ୍ର ଉତ୍ସବରେ ସୁଇଜରଲ୍ୟାଣ୍ଡ ହାଇକମିଶନର ଙ୍କ ଉପସ୍ଥିତି ରେ କବି ଆର୍ତ୍ତତ୍ରଣ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ଖୋର୍ଦ୍ଧା ନିରାକାରପୁର ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କୁ ସହଯୋଗ ଅନୁଷ୍ଠାନ, ରମଦୟା ପରିଷଦ ଓ ସ୍ଥାନୀୟ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଙ୍କ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି।

© 2023 Odisha Taza News.