୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) କଟକ :- କଟକ ସଦରଥାନା ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମରେ ଗ୍ରହରାଜ ଶନିଶ୍ଚର ଦେବଙ୍କ ୪ର୍ଥ ବାର୍ଷିକ ଉତ୍ସବ ଏବଂ ମହାଯଞ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି । ଶୁକ୍ରବାର ସକାଳେ ଶତାଧିକ ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁ ମାନେ ନିକଟସ୍ଥ କୁଆଖାଇ ନଦୀର ଚନ୍ଦନ ଘାଟରେ ପହଞ୍ଚି ଥିଲେ । ପୂଜକ ପୂଜାପାଠ କରିସାରିବା ପରେ କଳସ ବୁଡାଇ ସାରିବା ପରେ ବାଜାବଜାଇ ରୋଷଣୀ କରି ଶୋଭାଯାତ୍ରାରେ ଆସି ଶନିଶ୍ଚର ମନ୍ଦିର ଯଞ ସ୍ଥଳୀରେ ପହଞ୍ଚି କଳସ ସ୍ଥାପନ କରିଥିଲେ ।
କଳସ ସ୍ଥାପନ ପରେପରେ ଅଗ୍ନି ସ୍ଥାପନ ହୋମଯଞ ଆରମ୍ଭ ହୋଇଥିଲା । ଦୂର୍ଗା ଚରଣ ଜେନା , କିରଣ ବାଳା ଜେନା , ଗୋବିନ୍ଦ ଚନ୍ଦ୍ର ମହାରଣା , ସଞୁକ୍ତା ମହାରଣା କର୍ତ୍ତା କର୍ତ୍ତୀ ଭାବେ ଯଞରେ ବସିଥିଲେ । ଶନିବାର ସନ୍ଧ୍ୟାରେ ପୂର୍ଣ୍ଣ ଆହୁତି ଦିଆଯାଇ ଯଞ କାର୍ଯ୍ୟ ସମାପନ କରାଯାଇଥିଲା । ପରେ ପରେ ଶନିଶ୍ଚରଙ୍କର ଆଳତୀ କରାଯାଇଥିଲା ।
ଏହି ଯଞରେ ପୁରୁଣା କାଚରାମାଳ, ନୂଆପାଟଣା, ବଙ୍ଗୁଆରୀ, ନୂଆ କାଚରାମାଳ, ଓମଫେଡ଼ କଲୋନୀ ଆଦି ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ମାନେ ଯଞରେ ଉପସ୍ଥିତ ରହି ଯଞର ପୂର୍ଣ୍ଣାହୁତି ଦର୍ଶନ କରିବା ସହ ଗ୍ରହରାଜ ଶନିଶ୍ଚର ଦେବଙ୍କୁ ଦର୍ଶନ କରି ପୂଜା ଅର୍ଚ୍ଚନା କରି ପୁଷ୍ପାଞ୍ଜଳି ଦେଇଥିଲେ ।
ପୁରୁଣା କାଚରାମାଳ ଗ୍ରାମବାସୀ ଏବଂ ଶନିଶ୍ଚର ଯଞ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଯଞ କାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସଵନର ବ୍ୟବସ୍ଥା କରାଯାଇଥିଲା । ଗ୍ରାମର ସମସ୍ତ ଯୁବକ ମାନେ ଉପସ୍ଥିତ ରହି ଯଞ କାର୍ଯ୍ୟକୁ ସୁପରିଚାଳନା କରିବାରେ ସହଯୋଗ କରିଥିଲେ ।














