୯ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଖୋର୍ଦ୍ଧା-ଜଟଣୀ :- ପୂର୍ବ ତଟ ରେଳ ମିଶ୍ରିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖୋର୍ଦ୍ଧା ରୋଡ଼ ଦ୍ୱାରା ବାର୍ଷିକ କ୍ରୀଡା ସମ୍ମିଳନୀ ୨୦୨୩-୨୪ ଆୟୋଜିତ ହେଇଯାଇଛି। ୭.୨.୨୦୨୪ ରୁ ୯.୨.୨୦୨୪ ପର୍ଯ୍ୟନ୍ତ ତିନି ଦିନ ପାଇଁ ରେଳ ବିଦ୍ୟାଳୟର ପ୍ରାଥମିକ ଏବଂ ମାଧ୍ୟମିକ ବିଭାଗର ପିଲା ମାନଙ୍କ ପାଇଁ ବିଭିନ୍ନ କ୍ରୀଡା ଆୟୋଜନ କରାଯାଇଥିଲା।କ୍ରୀଡା ସମ୍ମିଳନୀ ର ସମାପ୍ତି ସମାରୋହରେ ଅଂଶଗ୍ରହଣ କରି ଶ୍ରୀ ଆର୍ ଏନ ଏ ପରିଡ଼ା ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ସମସ୍ତ ଶିଶୁମାନଙ୍କୁ ସେମାନଙ୍କର ସୁସ୍ଥ ଅଂଶଗ୍ରହଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି। କ୍ରୀଡା ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ମଧ୍ୟରେ ଦଳୀୟ ମନୋଭାବ ସୃଷ୍ଟି କରିବା ଏବଂ ସେମାନଙ୍କୁ ଜୀବନରେ ନୂତନ ଆହ୍ବାନ ର ସମ୍ମୁଖୀନ ହେବାକୁ ସକ୍ଷମ କରିବା ବୋଲି ସେ କହିଛନ୍ତି।ଶ୍ରୀ ଆର୍ ଏନ ଏ ପରିଡ଼ା ସମସ୍ତ ବିଜେତାଙ୍କୁ ପୁରସ୍କାର ବିତରଣ କରିଛନ୍ତି। ବିଭିନ୍ନ ବୟସ ବର୍ଗର ପିଲାମାନଙ୍କ ପାଇଁ ଆୟୋଜିତ ବିଭିନ୍ନ କ୍ରୀଡ଼ାରେ ମୋଟ ୪୭୫ ଜଣ ପିଲା ଅଂଶଗ୍ରହଣ କରିଥିଲେ। ରନିଂ ରେସ୍, ଚକୋଲେଟ୍ ରେସ୍,ସ୍ଲୋ ସାଇକ୍ଲିଂ, ଲଂଗ ଜମ୍ପ ଏବଂ ହାଇ ଜମ୍ପ ଇତ୍ୟାଦି କ୍ରୀଡାଗୁଡ଼ିକ ଆୟୋଜନ କରାଯାଇଥିଲା। ୧୦ ଜଣ ଛାତ୍ର ବିଭିନ୍ନ ଖେଳରେ ଚାମ୍ପିଅନ୍ ଘୋଷିତ ହୋଇଥିଲେ ଏବଂ ବ୍ଲୁ ହାଉସ ଚାମ୍ପିଅନ୍ ହୋଇଥିଲେ। ପୂର୍ବ ତଟ ରେଳ ମିଶ୍ରିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିସ୍ ସବିତା କୁମାରୀ କ୍ରୀଡ଼ା ସଚିବ ଏସ୍.ସି ବେହେରା ଏବଂ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) ଶ୍ରୀ ଅମ୍ଳାନ ଜ୍ୟୋତି ମହାନ୍ତିଙ୍କ ନେତୃତ୍ୱରେ ବାର୍ଷିକ କ୍ରୀଡ଼ା ସମ୍ମିଳନୀ ଆୟୋଜିତ କରାଯାଇଥିଲା।