No Result
View All Result
୮ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ବଲାଙ୍ଗିର :- ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ଶ୍ରମିକ ମୃତ, ହତ୍ୟା ଅଭିଯୋଗ ଆଣୁଛନ୍ତି ପରିବାର ଲୋକ, ଏନେଇ ପରିବାର ଲୋକ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ହାର ଗୁହାରି କଲେ ବି ନ୍ୟାୟ ମିଳିପାରୁନାହିଁ |ଯା ଫଳ ରେ ମୃତକ ର ମା ପୁଅ ର ଫୋଟ ଚିତ୍ର କୁ ଧରି ନ୍ୟାୟ ଦାବି ରେ ପଦଯାତ୍ରା କରୁଛନ୍ତି |ଏମିତି ଏକ ଦୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ସାନ ଝରବାହାଲି ଗାଁରେ |ଗାଁର ମୈତ୍ର ସେଠ ଗତ ୧୦ଅକ୍ଟୋବର ୨୦୨୩ ରେ ବାହାର ରାଜ୍ୟ ତେଲେଙ୍ଗାନା ର ପଇଦାପୁଲି କୁ ଦାଦନ ଖଟିବାକୁ ଯାଇଥିଲେ |ଦାଦନ ସର୍ଦାର ସୁଶାନ୍ତ କୁମାର ପାତ୍ର ଙ୍କ ଜରିଆରେ ରେ ସେ ବଇନା ଆଣି ଇଟାଭାତି କୁ କାମ କରିବାକୁ ଯାଇଥିବା ବେଳେ ୧୯ ଦିନ ପରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା |ତେବେ କଣ ପାଇଁ ମୃତ୍ୟୁ ହେଲା ତାହା ଜଣାପଡ଼ିନଥିବା ବେଳେ ସୁସ୍ଥ ସବଳ ପୁଅର ମୃତ୍ୟୁ କୁ ସହଜ ରେ ଗ୍ରାହଣ କରି ପାରୁନାହାନ୍ତି ପରିବାର |ଆଜି ନ୍ୟାୟ ଦାବି ରେ ମା ପଦ୍ମା ସେଠ ନିଜ ପୁଅ ର ଫୋଟ କୁ ଘରୁ ଚାଲି ଚାଲି ବଲାଙ୍ଗୀର ଅଫିସ କୁ ବାହାରିଛନ୍ତି ସାଙ୍ଗ ରେ ପୁଅ ବୈବସୁତ ସେଠ, ସୁଦର୍ଶନ ସେଠ, ସୁଶୀଲ ସେଠ, କାର୍ତ୍ତିକ ସେଠ, ସିପୁନ ଖମାରି, ସୁଧୀର ସେଠ, ଭୀମରାଜ ସେଠ, ବାସନ୍ତୀ ସେଠ, ସୁମିତ୍ରା ସେଠ, ବସନ୍ତ ସେଠ, ଜିତୁ ନାଏକ ପ୍ରମୁଖ ଶୋଭାଯାତ୍ରା ରେ ବାହାରିଛନ୍ତି |ତେବେ ସୁଲେକେଲା ଗାଁ ପଟରୁ ଧୂମାଭଟା ଗାଁ ଦେଇ ପାଟଣାଗଡ଼ ପରେ ବଲାଙ୍ଗୀର ଯିବାର କାର୍ଯ୍ୟକ୍ରମ କରାଯାଇଛି |ଏବଂ ଆସନ୍ତା କାଲି ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେବେ ବୋଲି ସୂଚନା ମିଳିଛି |ତେବେ ଶୋଭାଯାତ୍ରା କୁ ଅଟକାଇବାକୁ ପୁଲିସ ଚେଷ୍ଟା କରୁଛି, ଘଟଣା ସ୍ଥଳ ରେ ବେଲପଡା ତହସିଲଦାର ବନବିହାରୀ ହରପାଳ, ଥାନା ଅଧିକାରି ସୁଶାନ୍ତ ଦାସ, ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ପୂଝରୀ ଉପସ୍ଥିତ ଥିଲେ |
No Result
View All Result